www.samajalive.in
Sunday, December 7, 2025
13.1 C
Bhubaneswar

ଜାଣନ୍ତୁ କେଉଁ କାରଣରୁ ମକର ସଂକ୍ରାନ୍ତିରେ ଖିଆଯାଏ ଖେଚେଡ଼ି

ଆଉ ଅଳ୍ପ ଦିନ ବାକି ରହିଲା ମକର ସଂକ୍ରାନ୍ତି। ମକର ସଂକ୍ରାନ୍ତି ହିନ୍ଦୁଧର୍ମର ଅନେକ ଗୁରୁତ୍ୱପୂର୍ଣ୍ଣ ପର୍ବରୁ ଏକ ମୁଖ୍ୟ ପର୍ବ ଅଟେ। ଶାସ୍ତ୍ର ଅନୁଯାୟୀ,ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହାଯାଏ। ପ୍ରତିବର୍ଷ ଜାନୁଆରୀ ମାସରେ ଏହା ପାଳନ କରାଯାଇଥାଏ।
ସୂର୍ଯ୍ୟ ଯେତେବେଳେ ମକର ରାଶିରେ ପ୍ରବେଶ କରନ୍ତି, ତାହାକୁ ହିଁ ମକର ସଂକ୍ରାନ୍ତି କୁହାଯାଇଥାଏ। ଏପରି ଭାବେ ଏକ ବର୍ଷ ମଧ୍ୟରେ ସର୍ବମୋଟ ୧୨ଟି ସଂକ୍ରାନ୍ତି ରହିଛି। ମାନ୍ୟତା ଅନୁଯାୟୀ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାଆନ୍ତି। ସମସ୍ତ ସଂକ୍ରାନ୍ତି ମଧ୍ୟରେ ମେଷ, କର୍କଟ, ତୁଳା, ମକର ସଂକ୍ରାନ୍ତି ପ୍ରଧାନ ବୋଲି କୁହାଯାଇଥାଏ। ଏହି ମକର ସଂକ୍ରାନ୍ତିରେ ଖେଚେଡ଼ି ଖାଇବାର ଏକ ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ଜାଣନ୍ତୁ କ’ଣ ରହିଛି ଏହାର ମହତ୍ତ୍ୱ ….
ମକର ସଂକ୍ରାନ୍ତି ଦିନ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରାଯାଇଥାଏ। ମାତ୍ର ଖେଚେଡ଼ି ପ୍ରସ୍ତୁତ କରି ଏହାକୁ ଖାଇବାର ବିଶେଷ ମହତ୍ତ୍ୱ ରହିଛି। ତେଣୁ ବହୁ ସ୍ଥାନରେ ଏହାକୁ ଖେଚେଡ଼ିର ପର୍ବ ବୋଲି ମଧ୍ୟ କୁହାଯାଇଥାଏ। ଚାଉଳକୁ ଚନ୍ଦ୍ରମାଙ୍କର ଏବଂ ବିରି ଡ଼ାଲିକୁ ଶନିଙ୍କ ପ୍ରତୀକ ବୋଲି କୁହାଯାଇଥାଏ। ସବୁଜ ପନିପରିବା ବୁଧ ଗ୍ରହ ସହ ଜଡ଼ିତ। ମାନ୍ୟତା ରହିଛି ଯେ, ଖେଚେଡ଼ିର ଉତ୍ତାପ ମଙ୍ଗଳ ସୂର୍ଯ୍ୟଙ୍କ ସହ ଜଡ଼ିତ। ଏହି ଦିନରେ ନୂଆ ଚାଉଳର ଭାତ ଖାଇବା ଦ୍ୱାରା ବର୍ଷସାରା ଶରୀର ଆରୋଗ୍ୟ ରହିଥାଏ। ତେଣୁ ଏହି ଦିନରେ ଖେଚେଡ଼ି ଖାଇବା ଦ୍ୱାରା ଜାତକରେ ଗ୍ରହ ସ୍ଥିତି ଭଲ ରହିବା ସହ ଶରୀର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories