www.samajalive.in
Monday, December 15, 2025
17.1 C
Bhubaneswar

ଉତ୍କଳ ବିଶ୍ବବିଦ୍ୟାଳୟରେ ପୁନଃକ୍ଷମ ହେବ ‘ସତ୍ୟବାଦୀ ଚେୟାର’

କଟକ : ଉତ୍କଳ ବିଶ୍ବବିଦ୍ୟାଳୟରେ ଖୁବ୍‌ ଶୀଘ୍ର ଓଡ଼ିଆ ଭାଷାରେ ପୁନଃକ୍ଷମ ହେବ ସତ୍ୟବାଦୀ ଚେୟାର। ଚେୟାର ପ୍ରତିଷ୍ଠା ହେବା ସହ ଅଭିଜ୍ଞ ପ୍ରାଧ୍ୟାପକଙ୍କୁ ଏଥିରେ ନିଯୁକ୍ତି ପ୍ରଦାନ କରାଯିବ। କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ରବିବାର ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନ ଗସ୍ତ କରି ‘ସମାଜ’ର ପଦାଧିକାରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ଚେୟାର ପ୍ରତିଷ୍ଠା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ପ୍ରାୟ ୩୫ ବର୍ଷ ପୂର୍ବେ ଏହି ଚେୟାର ପ୍ରତିଷ୍ଠା ପାଇଁ ‘ସମାଜ’ ପକ୍ଷରୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ଚେୟାର ପ୍ରତିଷ୍ଠା ପାଇଁ ପୁରୁଣା କାଗଜପତ୍ର ଯୋଗାଡ କରାଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ଓ ‘ସମାଜ’ ମିଳିତ ସହଭାଗିତାରେ ଏହି ଚେୟାର ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ ହେବ।
ଗୋପବନ୍ଧୁ ଭବନଠାରେ ଆ​‌େ​‌ୟାଜିତ ବୈଠକ​‌େ​‌ର ଏନେଇ ନିଷ୍ପତ୍ତି ନିଆଯାଇଛି। ବୈଠକରେ କୁଳପତି ପ୍ରଫେସର ପଟ୍ଟନାୟକଙ୍କ ସହ ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳ କଟକ ଶାଖା ସମ୍ପାଦକ ଡ.ପ୍ରଭାସ ଆଚାର୍ଯ୍ୟ, କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି, କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି, ବ୍ୟୁରୋ ମୁଖ୍ୟ ସମରେନ୍ଦୁ ଦାସ ପ୍ରମୁଖ ଚେୟାର ପ୍ରତିଷ୍ଠା ବିଷୟରେ ଆଲୋଚନା କରିଥିଲେ। ଚେୟାର ପ୍ରତିଷ୍ଠା ପାଇଁ ପୂର୍ବରୁ ସହାୟତା ଦିଆଯାଇଥିବାବେଳେ ଆଗାମୀ ଦିନରେ ବିଶ୍ବବିଦ୍ୟାଳୟକୁ ସହାୟତା ପ୍ରଦାନ କରାଯିବ ବୋଲି ‘ସମାଜ’ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା।
କୁଳପତି ପ୍ରଫେସର ପଟ୍ଟନାୟକ କହିଥିଲେ ଯେ, ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଓଡ଼ିଆ ଜାତି ପାଇଁ ଅବଦାନ ଅତୁଳନୀୟ। ତାଙ୍କ ନାମରେ ସତ୍ୟବାଦୀ ଚେୟାରକୁ ପୁନଃକାର୍ଯ୍ୟକ୍ଷମ କରିବା ବିଶ୍ବବିଦ୍ୟାଳୟ ଓ ଓଡ଼ିଆ ଜାତି ପାଇଁ ଗୌରବର ବିଷୟ। ଏହି ଚେୟାର କେବଳ ଗବେଷଣାରେ ସୀମିତ ରହିବ ନାହିଁ। ଏହି ଚେୟାର ଓଡ଼ିଶାର ଜୀବନ ଦର୍ଶନ ଭବିଷ୍ୟତ ଓ ଉଚ୍ଚ ଆକାଂକ୍ଷା ପୂରଣ କରିବା ଦିଗରେ କାମ କରିବ। ଏହା ଉଚ୍ଚଶିକ୍ଷା କ୍ଷେତ୍ରରେ ଭବିଷ୍ୟତରେ ମାଇଲଖୁଣ୍ଟ ହୋଇ ଛିଡା ହେବ। ଏ ଦିଗରେ ବିଶ୍ବବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ପ୍ରଦାନ କରାଯିବ। ଚେୟାର ପ୍ରତିଷ୍ଠା କରାଯାଇ ଅଭିଜ୍ଞ ପ୍ରଫେସରଙ୍କୁ ନିଯୁକ୍ତ କରାଯିବ। ଏହି ଚେୟାର ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ବହୁଳ ଭାବେ ସହାୟକ ହେବ। ବିଶ୍ବବିଦ୍ୟାଳୟ ପକ୍ଷରୁ ଚେୟାର ପ୍ରତିଷ୍ଠା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ସହ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ କୁଳପତି ପ୍ରଫେସର ପଟ୍ଟନାୟକ।
ସୂଚନାଯୋଗ୍ୟ ୧୯୮୬ ମସିହାରେ ‘ସମାଜ’ ପ୍ରାକ୍ତନ ସମ୍ପାଦକ ରାଧାନଥ ରଥଙ୍କ ପ୍ରଚେଷ୍ଟାରେ ଏହି ଚେୟାର ପ୍ରତିଷ୍ଠା କରାଯାଇଥିଲା। ଦୀର୍ଘଦିନଧରି ଏହା ବନ୍ଦ ଥିବାରୁ ‘ସମାଜ’ ଓ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଆରମ୍ଭ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories