www.samajalive.in
Monday, December 8, 2025
14.1 C
Bhubaneswar

ଯାନ୍ତ୍ରିକ ତ୍ରୁଟି ନୁହେଁ, ଇରାନର ମିଜାଇଲ ମାଡ଼ରେ ଜଳିଯାଇଥିଲା ବିମାନ

ଡେସ୍କ: ୟୁକ୍ରେନର ଏକ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯାଇ ଦୁର୍ଘଟଣା ଗ୍ରସ୍ତ ହେବା ପରେ ସେଥିରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀଙ୍କୁ ମିଶାଇ ୧୭୬ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ନୂଆ ତଥ୍ୟ ମିଳିଛି। ପୂର୍ବରୁ ୟୁକ୍ରେନ ଆନ୍ତର୍ଜାତିକ ଏୟାରଲାଇନ୍ସର ବୋଇଙ୍ଗ ବିମାନ ୭୩୭-୮୦୦ରେ ନିଆଁ ଲାଗିବା ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଯାହା କୁହାଯାଉଥିଲା ତାହା ଏବେ ମିଥ୍ୟା ପ୍ରମାଣିତ ହୋଇଛି।

- Advertisement -

କେତେକ ବିଦେଶୀ ସମ୍ବାଦପତ୍ର ଓ ଟେଲିଭିଜନ ଚ୍ୟାନେଲ ଏବଂ ୟୁକ୍ରେନ ସୁରକ୍ଷା ସଂସ୍ଥା ରିପୋର୍ଟ ଅନୁଯାୟୀ ଇରାନର ମିଜାଇଲ ମାଡ଼ରେ ବିମାନଟି ଜାଳି ଯାଇଥିଲା ଓ ସେଥିରେ ଯାତ୍ରା କରୁଥିବା ସମସ୍ତ ୧୭୬ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ପକ୍ଷରେ ସେହି ବିମାନର ବ୍ଲାକ ବକ୍ସ ଉଦ୍ଧାର ହୋଇଥିଲେ ମଧ୍ୟ ଇରାନ ତାହାକୁ ୟୁକ୍ରେନକୁ ହସ୍ତାନ୍ତର କରିବାକୁ ମନା କରିଛି ଫଳରେ ଏହା ନିଶ୍ଚିତ ହୋଇଛି ଯେ ବିମାନଟି ଇରାନର ମିଜାଇଲ ମାଡ଼ରେ ହିଁ ଜଳି ଯାଇଥିଲା।

ୟୁକ୍ରେନର ଏହି ଯାତ୍ରୀବାହୀ ବିମାନ ଉପରକୁ ଉଠିବା ପରେ ଇରାନର ସ୍ୱୟଂ ଚାଳିତ କ୍ଷେପଣାସ୍ତ୍ର ବ୍ୟବସ୍ତା ଅନୁମାନ କରିଥିଲା ଯେ ଆମେରିକାର କୌଣସି ଯୁଦ୍ଧ ଜେଟ ତାର ସୀମା ଭିତରକୁ ପ୍ରବେଶ କରିଛି, ଯାହା ଫଳରେ ଆଖି ପିଛୁଳାକେ ରୁଷ ନିର୍ମିତ କ୍ଷେପଣାସ୍ତ୍ର ଆପେ ଉତକ୍ଷେପଣ ହୋଇ ବିମାନକୁ ଟାର୍ଗେଟ କରିଥିଲା ଓ ଧ୍ୱଂସ କରିଦେଇଥିଲା। ତେବେ ଇରାନ ରାଷ୍ଟ୍ରପତି ଏକଥା ସ୍ୱୀକାର କରିବା ସହ ଇରାନୀ ସେନାବାହିନୀ ଏ ନେଇ ଦୁଃଖ ପ୍ରକାଶ କରିବା ସହ ଆଉ ଏପରି ତ୍ରୁଟି ହେବ ନାହିଁ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛି।

ସେଥିରେ ୪ ଘଣ୍ଟାର ଯାତ୍ରା ପାଇଁ ସମ୍ପୂର୍ଣ୍ଣ ତେଲ ଭର୍ତ୍ତି କରାଯାଇଥିବାରୁ, ଜଳନ୍ତା ବିମାନଟି ଭୂମି ସ୍ପର୍ଶ କରିବା ମାତ୍ରେ ପ୍ରଚଣ୍ଡ ଶବ୍ଦ ହୋଇଥିବା ଜଣେ ତଦନ୍ତକାରୀ କହିଛନ୍ତି। ଅନ୍ୟ ଏକ ସୂଚନା ଅନୁଯାୟୀ, ବିମାନଟି ରନ ୱେରୁ ପଶ୍ଚିମ ମୁହାଁ ହୋଇ ଉଠିଥିଲା ଓ ମିଜାଇଲ ମାଡ ହେବା ପରେ ପୁଣି ବିମାନଘାଟିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଦିଗ ବଦଳାଇ ଥିଲା। ସେତେବେଳେ ବିମାନର ସମ୍ପର୍କ ଗ୍ରାଉଣ୍ଡ ଷ୍ଟେସନ ସହ ବିଛିନ୍ନ ହୋଇଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories