ରମଣଙ୍କୁ ଓଡ଼ିଶାବାସୀ କ୍ଷମା ଦେବେନାହିଁ: ନରସିଂହ

0

ଭୁବନେଶ୍ୱର:ମହାନଦୀର ପାଣି ଓଡ଼ିଶାକୁ ଦିଆଯିବ ନାହିଁ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଦେଇଥିବା ମନ୍ତବ୍ୟକୁ ନେଇ ବିରୋଧୀଦଳ ନେତା ନରସିଂହ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ରମଣଙ୍କୁ ଓଡ଼ିଶାବାସୀ ଆଦୌ କ୍ଷମା ଦେବେ ନାହିଁ। ଯେଉଁ ମୁଖ୍ୟମନ୍ତ୍ରୀ ସମ୍ବିଧାନ ଓ ଆଇନଠାରୁୁ ଊଦ୍ଧ୍ୱର୍ରେ ବୋଲି ମନେ କରେ ଏବଂ ସମ୍ମାନ ଦେଇ ଶିଖି ନାହିଁ ତା’ର ମୁଖ୍ୟମନ୍ତ୍ରୀ ପଦରେ ରହିବାର କୌଣସି ଅଧିକାର ନାହିଁ। ସାଧାରଣ ପାଣିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ମନ୍ତବ୍ୟ ଆଶା କରିବା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ। ରମଣଙ୍କ ଅହଂକାର ବଢ଼ି ଯାଇଛି। ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାବେଳେ ସେ ଯାହା କହିଥିଲେ ଏବେ ତାହାଠାରୁ ବହୁ ଦୂରକୁ ଚାଲିଗଲେଣି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Leave A Reply