www.samajalive.in
Sunday, December 14, 2025
14.1 C
Bhubaneswar

ସିଏଏ-ଏନପିଆର-ଏନଆରସିକୁ ବିରୋଧ : ଚିଠି ଲେଖିଲେ ୧୦୦ ଅବସରପ୍ରାପ୍ତ ଆଇଏଏସ୍‌

ନୂଆଦିଲ୍ଲୀ : ନାଗରିକତ୍ବ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକରଣ (ଏଆରସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନସିଆର)କୁ ବିରୋଧ କରି ୧୦୦ରୁ ଅଧିକ ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଖୋଲା ଚିଠି ଲେଖିଛନ୍ତି। ଗୁରୁବାର ଏହି ପୂର୍ବତନ ଅଫିସରମାନେ ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ଚିଠି ଲେଖିଛନ୍ତି। ଚିଠିରେ ସେମାନେ ଏନଆରସି, ସିଏଏ ଓ ଏନପିଆରକୁ ବିରୋଧ କରିବା ଲାଗି ଲୋକମାନଙ୍କୁ କହିଛନ୍ତି। ଚିଠିରେ ଲେଖାଯାଇଛି ସିଏଏ ଓ ପ୍ରାସ୍ତାବିତ ଏନଆରସିକୁ ପ୍ରତ୍ୟାହାର କରିବା ଲାଗି ଲୋକମାନେ ସରକାରଙ୍କୁ ପ୍ରବର୍ତ୍ତାଇବା ଦରକାର। ଚିିଠି ଲେଖିଥିବା ୧୦୬ ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କ ମଧ୍ୟରୁ ଏକ ଚତୁର୍ଥାଂଶ ହେଉଛି କେନ୍ଦ୍ର ସରକାର ସଚିବ ପାହ୍ୟାର ଅଧିକାରୀ। ଏମାନଙ୍କ ମଧ୍ୟରେ ଅଛନ୍ତି ତିନିଜଣ ପୂର୍ବତନ ବୈଦେଶିକ ସଚିବ ଶ୍ୟାମ ସରନ, ଶିବ ଶଙ୍କର ମେନନ ଓ ସୁଜାତା ସିଂହ।

ସେହିପରି ବ୍ରିଟେନରେ ଅବସ୍ଥାପିତ ହୋଇଥିବା ପୂର୍ବତନ ରାଷ୍ଟ୍ରଦୂତ ଶିବ ଶଙ୍କର ସୁଖାର୍ଜୀ, ପୂର୍ବତନ ଟେଲିକମ ରେଗୁଲେଟର ରାହୁଲ ଖୁଲ୍ଲାର, ପୂର୍ବତନ ପୁଲିସ ମୁଖ୍ୟ ମିରନ ସି ବୋରୱାଙ୍କର, ଏଡିବିର ପୂର୍ବତନ ନିର୍ଦେଶକ ପିକେ ଲାହିରି, ପୂର୍ବତନ କ୍ୟାବିନେଟ ସଚିବ କେଏମ ଚନ୍ଦ୍ରଶେଖର। ଏହି ଅଧିକାରୀମାନେ କହିଛନ୍ତି ଯେ ଏନପିଆର ଓ ଏନଆରସିର କୌଣସି ଆବଶ୍ୟକ ନାହିଁ। ଏହା ଦ୍ବାରା କେବଳ ସମୟ ନଷ୍ଟ ହେବ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories