ଅର୍ଥ ଆତ୍ମସାତ୍ ମାମଲାରେ ବରିଷ୍ଠ କିରାଣୀଙ୍କୁ ଜେଲ
ଭୁବନେଶ୍ୱର: ସରକାରୀ ଚାଉଳ ବାବଦ ଅର୍ଥ ଆତ୍ମସାତ୍ କରିବା ମାମଲାର ଶୁଣାଣି କରି ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ମୟୁରଭଞ୍ଜ ଶୁକ୍ରୁଳି ବ୍ଲକର ତତ୍କାଳୀନ ବରିଷ୍ଠ କିରାଣି ତଥା ବର୍ତ୍ତମାନ କରଞ୍ଜିଆ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ବିଶ୍ୱମ୍ଭର ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରକାଶ ଯେ ଶ୍ରୀ ବେହେରା ଦାୟିତ୍ୱରେ ଥିଲା ବେଳେ ପ୍ରାୟ ୪୭୫ ବ୍ୟାଗ ଚାଉଳ (ଯାହାର ମୂଲ୍ୟ ୫ଲକ୍ଷ ୯୮ହଜାର ୫୦୦ ଟଙ୍କା) ବାବଦ ଅର୍ଥ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ କରାଯାଇ ମାମଲା ହୋଇଥିଲା। ଅଦାଲତ ମାମଲାର ଶୁଣାଣି କରି ଏକବର୍ଷ କାରାଦଣ୍ଡାଦେଶ ସହ ୫ହଜାର ଟଙ୍କାର ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଦୁଇମାସ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ଭିଜିଲାନ୍ସ ପକ୍ଷରୁ କେ.ସି. ଶତପଥୀ ମାମଲା ପରିଚାଳନା କରୁଥିଲେ।