୧୦ ମାଓବାଦୀ ନିହତ, ବିପୁଳ ପରିମାଣର ବିସ୍ପୋରକ ଜବତ

0

ରାୟପୁର: ତେଲେଙ୍ଗାନା ଓ ଛତିଶଗଡ ପୁଲିସର ମିଳିତ କମ୍ବିଂ ଅପରେସନ୍‌ରେ  ୧୦ରୁ ଊର୍ଦ୍ଧ୍ୱ ମାଓବାଦୀ ନିହ ତହୋଇଥିବା ସୂଚନା ମିଳିଛି । ଏହି ମାଓ ଆଡ୍ଡାରୁ ଏକେ-୪୭ ସହ  ବିପୁଳ ପରିମାଣର ବିସ୍ପୋରକ ଓ ମାଓ ସାମଗ୍ରୀ ଜବତ କରାଯାଇଛି  ।   ଛତିଶଗଡ ବିଜାପୁରର  ପୂଜାରୀକାଙ୍କେର ଜଙ୍ଗଲରେ ଅନେକ କ୍ୟାଡର ମାଓବାଦୀ ଶିବିର କରିଥିବା ସୂଚନା ମିଳିଥିଲା । ଏହାପରେ ତେଲେଙ୍ଗାନା ଓ ଛତିଶଗଡ ପୁଲିସ ମିଳିତ କମ୍ବିଂ ଅପରେସନ୍‌ କରିଥିଲେ  । ମୃତ  ମାଓବାଦୀଙ୍କୁ  ହେଲିକାପ୍ଟର ଯୋଗେ  ଭଦ୍ରାଚଳମ ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି  । ପୁଲିସର ସର୍ଚ୍ଚ ଅପରେସନ୍‌ ଜାରି ରହିଛି ।

Leave A Reply