www.samajalive.in
Saturday, December 6, 2025
17.1 C
Bhubaneswar

ଡ଼ାଳିମ୍ବ ଦୂର କରେ ଅନେକ ରୋଗ

ଫଳ ଖାଇବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ ସହ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ତେଣୁ ସଭିଁଙ୍କୁ ସୁସ୍ଥ ରହିବା ପାଇଁ ଫଳ ଖାଇବା ନିତ୍ୟାନ୍ତ ଆବଶ୍ୟକ। ବର୍ତ୍ତମାନର ସମୟରେ ସଭିଏଁ ବାହାରର ଖାଦ୍ୟପେୟ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି। ଫଳରେ ଶରୀରରେ ବିଭିନ୍ନ ରୋଗର ସୃଷ୍ଟି ହେବା ସହ ବହୁ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଉଛି। ସମସ୍ତ ଫଳ ପ୍ରକାରର ଫଳ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ମାତ୍ର ଡ଼ାଳିମ୍ବରେ ବହୁ ଔଷଧୀୟ ଗୁଣ ରହିବା ସହ ଏହାକୁ ଖାଇବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ କେଉଁ କାରଣରୁ ଡ଼ାଳିମ୍ବ ଖାଇବା ନିତ୍ୟାନ୍ତ ଆବଶ୍ୟକ।
ଡ଼ାଳିମ୍ବରେ ଫାଇବର, ଭିଟାମିନ ସି, ଭିଟାମିନ କେ ଓ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଯାହା ଆମ ଶରୀର ପାଇଁ ଆବଶ୍ୟକ।
ନିୟମିତ ଡ଼ାଳିମ୍ବ ଖାଇବା ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗର ହେବାର ଆଶଙ୍କା ଖୁବ କମ ଥାଏ।
ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧି ନଥାଏ।
ଏହାକୁ ଜୁସ କରି ପିଅନ୍ତୁ ଅଥବା ସେପରି ଖାଇଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।
ଶରୀରରେ କୋଲେଷ୍ଟ୍ରୋଲର ପରିମାଣକୁ ନିୟନ୍ତ୍ରିତ କରିଥାଏ। ହୃଦରୋଗରୁ ଶରୀରକୁ ରକ୍ଷା କରିଥାଏ।
ହାଡ଼ ଶକ୍ତ ହେବା ସହ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ରକ୍ତହୀନତା ରୋଗରୁ ରକ୍ଷା ମିଳେ।
ରକ୍ତ ସଞ୍ଚାଳନ ସଠିକ ରହିଥାଏ।
ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
ମୁହଁ ଉଜ୍ୱଳ କରିବା ସହ ଚର୍ମ ଜନିତ ସମସ୍ୟାରୁ ଶରୀରକୁ ରକ୍ଷା କରିଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories