www.samajalive.in
Saturday, December 6, 2025
15.1 C
Bhubaneswar

ନାନକାନ ସାହିବ ଯିବେ ୪ ଜଣିଆ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ପାକିସ୍ତାନରେ ଗୁରୁଦ୍ୱାର ନାନକାନ ସାହିବ ଉପରେ ହୋଇଥିବା ଆକ୍ରମଣ ଘଟଣାର ସ୍ଥିତି ସମୀକ୍ଷା କରିବା ଲାଗି ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) ପକ୍ଷରୁ ଏକ ଚାରିଜଣିଆ ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରିବେ। ଗଣମାଧ୍ୟମକୁ ଏ ସଂପର୍କରେ ସୂଚନା ଦେଇ ଏସ୍‍ଜିପିସି ମୁଖ୍ୟ ଗୋବିନ୍ଦ ସିଂ ଲୋଙ୍ଗୱାଲ କହିଛନ୍ତି ଏହି ପ୍ରତିନିଧି ଦଳ ନାନକାନ୍‍ ସାହିବରେ ଶିଖ୍‍ ସଂପ୍ରଦାୟର ପରିବାରକୁ ମଧ୍ୟ ଭେଟିବେ। ଶିଖ୍‍ ସଂପ୍ରଦାୟଙ୍କର ଏହି ଐତିହାସିକ ଧାର୍ମିକ ସ୍ଥଳ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ପାକିସ୍ତାନ ସରକାରଙ୍କୁ ନିବେଦନ କରିଛନ୍ତି।

ସେ କହିଛନ୍ତି ଏହି ଆକ୍ରମଣ ଦ୍ୱାରା ସେଠାରେ ଥିବା ଶିଖ୍‍ ସଂପ୍ରଦାୟର ଲୋକମାନଙ୍କ ମନରେ ଆଘାତ ହୋଇଛି। ଲଙ୍ଗୱାଲ କହିଛନ୍ତି ଏସ୍‍ଜିପିସି ଏହି ପ୍ରସଙ୍ଗକୁ ଜାତିସଂଘରେ ଉଠାଇବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories