www.samajalive.in
Sunday, December 7, 2025
14.1 C
Bhubaneswar

ଜାଣତରେ, ଅଜାଣତରେ କରୁଥିବା ଏହି ଭୁଲ ପାଇଁ ଅସନ୍ତୁଷ୍ଟ ହୋଇଥାଆନ୍ତି ମା’ଲକ୍ଷ୍ମୀ

ଜୀବନରେ ସୁଖ , ଧନସମ୍ପତ୍ତି, ଐଶ୍ୟର୍ଯ୍ୟ ପ୍ରଦାନ କରୁଥିବା ଦେବୀ ମା’ଲକ୍ଷ୍ମୀ ଘରେ ସର୍ବଦା ବାସ କରନ୍ତୁ ବୋଲି ସଭିଏଁ ଇଚ୍ଛା କରିଥାଆନ୍ତି। ଧନର ଦେବୀ ମା’ଲକ୍ଷ୍ମୀ ସେହି ଘରେ ରହିଥାଆନ୍ତି, ଯେଉଁଠାରେ ପବିତ୍ରତା ଥାଏ, ଆଳସ୍ୟ ତ୍ୟାଗ କରି କାର୍ଯ୍ୟ କରିବା ଦ୍ୱାରା ମା’ପ୍ରସନ୍ନ ହୋଇଥାଆନ୍ତି। ମାତ୍ର ଆମ ଜାଣତରେ ଅଥବା ଅଜାଣତରେ କରୁଥିବା କେତେକ କାର୍ଯ୍ୟ ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଜାଣନ୍ତୁ….
– ଯେଉଁମାନଙ୍କ ନିକଟରେ ଯଥେଷ୍ଟ ସମ୍ପତ୍ତି ଥିଲେ ମଧ୍ୟ ସେମାନେ ଅସହାୟଙ୍କୁ ସାହାଯ୍ୟ କରନ୍ତି ନାହିଁ। ମା’ଲକ୍ଷ୍ମୀ ସେହି ଗୃହରେ ଅଦୌ ରୁହନ୍ତି ନାହିଁ। ତେଣୁ ନିଜ ସକ୍ଷମ ଅନୁଯାୟୀ ଦାନ କରିବା ଉଚିତ।
– ଆଳସ୍ୟ ସ୍ୱଭାବର ହୋଇ ସର୍ବଦା ଶୋଇ ରହୁଥିବା ମହିଳା ବା ବ୍ୟକ୍ତିଙ୍କ ଘରେ ମା’ଲକ୍ଷ୍ମୀ ରହି ନଥାଆନ୍ତି। ଶାସ୍ତ୍ର ଅନୁଯାୟୀ, ଧନପ୍ରାପ୍ତି ପାଇଁ ଇଚ୍ଛା ଥିଲେ ଦିନରେ ଅଧିକ ସମୟ ହେଉ ଅଥବା ସର୍ବଦା ଶୋଇ ରୁହନ୍ତୁ ନାହିଁ। ମାତ୍ର ଦେହ ଖରାପ ଅଥବା ଛୋଟ ପିଲା ଆବଶ୍ୟକ ଅନୁଯାୟୀ ଶୋଇ ପାରିବେ।
– କ୍ରୋଧ ମଧ୍ୟ ମନୁଷ୍ୟର ନାଶ କରିଥାଏ। ସର୍ବଦା କ୍ରୋଧ କରୁଥିବା ବ୍ୟକ୍ତି ବା ମହିଳାଙ୍କ ଜୀବନରେ ଅଧିକ ସମସ୍ୟା ଲାଗି ରହିଥାଏ। ମା’ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇଥାଆନ୍ତି । ଶାସ୍ତ୍ର ଅନୁଯାୟୀ ଯେକୌଣସି ପରିସ୍ଥିତିରେ ନିଜ ଉପରୁ ନିୟନ୍ତ୍ରଣ ନ ହରାଇ ବୁଝି ବିଚାରି କାର୍ଯ୍ୟ କରିବା ଉଚିତ। ତେଣୁ ଯଥାସମ୍ଭବ କମ କ୍ରୋଧ କରନ୍ତୁ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories