ଅମିତକୁ ଗିରଫ କଲା ସିବିଆଇ

0

ଭୁବନେଶ୍ୱର: ପୁରୀ ଜମିଦାର୍‍ ପ୍ୟାଲେସ୍‍ ଟ୍ରପିଲ୍‍ ମର୍ଡର କେସ୍‍ ମାମଲାର ମୁଖ୍ୟ ଅଭିଯୁକ୍ତ ଅମିତ୍‍ ଅଗ୍ରୱାଲ୍‍କୁ ସିବିଆଇ ଇନ୍ଦୋରରୁ ଗିରଫ କରି ମଙ୍ଗଳବାର ସ୍ଥାନୀୟ ସ୍ୱତନ୍ତ୍ର ସିଜେଏମ୍‍(ସିବିଆଇ)ଙ୍କ କୋର୍ଟରେ ହାଜର କରିଛି। ୨୦୧୩ରେ ଲକ୍ଷେ୍ନøର ଗହଣା ବ୍ୟବସାୟୀଙ୍କ ପରିବାରର ୩ ସଦସ୍ୟଙ୍କୁ ପୁରୀରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଯାହାର ତଦନ୍ତ ଦାୟିତ୍ୱ ପରେ ସିବିଆଇକୁ ଦିଆଯାଇଥିଲା ।
୨୦୧୩ ଡିସେମ୍ବର ୯ରେ ଗହଣା ବ୍ୟବସାୟୀ ଅମିତ୍‍ ତାଙ୍କ ପତ୍ନୀ ଅଙ୍କିତା ଓ ୨ ଝିଅ ବାଣୀ(୮) ଏବଂ ଦିବ୍ୟାଶାଂ(୬)ଙ୍କୁ ସାଙ୍ଗରେ ଧରି ପୁରୀ ଆସିଥିଲେ । ସେମାନେ ଜମିଦାର ପ୍ୟାଲେସ୍‍ରେ ଅବସ୍ଥାନ କରିଥିଲେ । ତେବେ ୨୦୧୩ ଡିସେମ୍ବର ୧୬ରେ ହୋଟେଲ୍‍ ରୁମ୍‍ରୁ ଅଙ୍କିତା ଏବଂ ଦୁଇ ଝିଅଙ୍କ ମୃତଦେହକୁ ପୁରୀ ପୁଲିସ ଜବତ କରିଥିଲା। ଉକ୍ତ କୋଠରିରୁ ପୁଲିସ ଦୁଇଟି ଚିଠି ମଧ୍ୟ ଜବତ କରିଥିଲା। ବ୍ୟବସାୟରେ ଅମିତ୍‍ଙ୍କ ବିପୁଳ କ୍ଷତି ସହିବାକୁ ପଡିବାରୁ ତାଙ୍କ ପରିବାର ସଦସ୍ୟମାନେ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ କରାଯାଇଥିଲା। କିନ୍ତୁ ଅମିତ୍‍ଙ୍କର କୌଣସି ପତ୍ତା ମିଳି ନ ଥିଲା। ଅମିତ୍‍ ଫେରାର୍‍ ହୋଇଯିବାରୁ ପୁଲିସର ସନ୍ଦେହ ତାଙ୍କ ଉପରେ ବଢ଼ିଯାଇଥିଲା। ଅମିତ୍‍ଙ୍କ ଘର ଲକ୍ଷେ୍ନø ହୋଇଥିବାରୁ ଓଡ଼ିଶା ପୁଲିସ ଏହି ମାମଲା ୨୦୧୪ ଅକ୍ଟୋବରରେ ସିବିଆଇକୁ ଏହାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲା । ପ୍ରାୟ ୩ ବର୍ଷ ପରେ ସିବିଆଇ ଅମିତ୍‍ଙ୍କୁ ଇନ୍ଦୋରରୁ ଗିରଫ କରିଛି । ଅମିତ ପରିବାର ସହ ୨୦୧୩ ଅଗଷ୍ଟ ୧୫ରେ ଲକ୍ଷେ୍ନø ସ୍ଥିତ ବାସଭବନରୁ ବାହାରିଥିଲେ। ଏହାର ୫ ମାସ ପରେ ପରିବାର ୩ ସଦସ୍ୟଙ୍କ ମୃତଦେହ ହୋଟେଲ୍‍ରୁ ଜବତ ହୋଇଥିଲା।

Leave A Reply