ରାଜୌରୀ: ଜମ୍ମୁ-କାଶ୍ମୀରର ରାଜୌରୀ ଜିଲାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବସ୍ଟି ନିୟନ୍ତ୍ରଣ ହରାଇ ଏକ ଖାଇକୁ ଖସି ପଡ଼ିଥିଲା। ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଥମେ ମୃତ୍ୟୁ ସଂଖ୍ୟା ୭ କୁହାଯାଉଥିଲା। ମାତ୍ର ପରେ ଏହା ବୃଦ୍ଧି ପାଇଁ ୧୦ରେ ପହଞ୍ଚିଛି। ଆହତମାନଙ୍କ ଚିକିତ୍ସା ଜାରି ରହିଛି।



