www.samajalive.in
Friday, December 12, 2025
14.1 C
Bhubaneswar

ପାଟନା ସାହିବରେ ଶ୍ରଦ୍ଧାର ସହ ପାଳିତ ହେଉଛି ଗୁରୁ ଗୋବିନ୍ଦ୍‍ ସିଂହଙ୍କ ଜୟନ୍ତୀ

ପାଟନା : ଗୁରୁ ଗୋବିନ୍ଦ୍‍ ସିଂହଙ୍କର ଆଜି ୩୫୩ତମ ଜୟନ୍ତୀ । ବିହାରରେ ଧର୍ମୀୟ ଭାବନା ଓ ଶ୍ରଦ୍ଧାର ସହ ଗୁରୁବାର  ପାଳନ କରାଯାଉଛି । ଏଥିଲାଗି ଉଦ୍ଦିଷ୍ଟ ମୁଖ୍ୟ ଉତ୍ସବ ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମସ୍ଥାନ ପାଟନା ସାହିବର ତକ୍‍ହାଟସ୍ଥିତ ଶ୍ରୀ ହର୍‍ମନ୍ଦିର ସାହିବ ଗୁରୁଦ୍ୱାରରେ ଅନୁଷ୍ଠିତ ହେଉଛି। ସେଠାରେ ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚିଛନ୍ତି । ଶ୍ରଦ୍ଧାଳୁମାନଙ୍କପାଇଁ ସ୍ୱତନ୍ତ୍ର
ଲଙ୍ଗର୍‍ର ବ୍ୟବସ୍ଥା କରାଯାଇଛି ।

ପାଟନା ସାହିବ୍‍ଠାରେ ୧୬୬୬ ମସିହାରେ ଜନ୍ମଗ୍ରହଣ କରିଥିବା ଗୁରୁ ଗୋବିନ୍ଦ ସିଂହ ହେଉଛନ୍ତି ଶିଖ୍‍ ଧର୍ମର ଦଶମ ଗୁରୁ ।  ମାତ୍ର ନଅ ବର୍ଷ ବୟସରେ ସେ ତାଙ୍କ ବାପା ଗୁରୁ ତେଗ୍‍ବାହାଦୁର ସିଂହଙ୍କ ସ୍ଥାନ ଅଧିକାର କରିଥିଲେ । ଗୁରୁ ଗୋବିନ୍ଦ୍‍ ସିଂହ ଜଣେ ଆଧ୍ୟାତ୍ମିକ ଦିଗ୍‍ଦ୍ରଷ୍ଟା, ଦାର୍ଶନିକ, କବି ଓ ଯୋଦ୍ଧା ଭାବରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ । ଶିଖ୍‍ ଧର୍ମପାଇଁ ତାଙ୍କର ଅବଦାନ ତାଙ୍କୁ ଜଣେ ଅନନ୍ୟ ଗୁରୁ ଭାବରେ ମର୍ଯ୍ୟାଦା ଦେଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories