www.samajalive.in
Sunday, December 7, 2025
26.1 C
Bhubaneswar

ନୂତନ ବର୍ଷ ପାଇଁ ଆପଣାନ୍ତୁ କିଛି ନୂଆ ଉପାୟ; ମିଳିବ ସଫଳତା, ଦୂର ହେବ ସମସ୍ତ ସମସ୍ୟା

ନବବର୍ଷ ୨୦୨୦ ସଭିଁଙ୍କ ପାଇଁ ମଙ୍ଗଳ ଓ ଶୁଭକାରୀ ହେଉ। ପ୍ରତ୍ୟେକଙ୍କ ଜୀବନରେ କିଛି ନା କିଛି ସମସ୍ୟା ଥାଏ। ଶାସ୍ତ୍ରରେ ଉଲ୍ଲେଖ ଥିବା କେତେକ ସରଳ ଉପାୟ ଆପଣେଇବା ଦ୍ୱାରା ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତି ମିଳିପାରିବ। ଏହି ନୂଆବର୍ଷରେ ସମସ୍ତଙ୍କର କିପରି ଧନବୃଦ୍ଧି ହେବ, ନିରୋଗ ରହିବେ, କାର୍ଯ୍ୟକ୍ଷେତ୍ରରେ କିପରି ସଫଳତା ପାଇବେ, ଗୃହରୁ କିପରି ଅଶାନ୍ତି ଦୂର ହେବ, ବିବାହ ଭଳି ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇବାର ଉପାୟ ବିଷୟରେ ଜାଣନ୍ତୁ ….
ଧନବୃଦ୍ଧି ପାଇଁ କରନ୍ତୁ ଏହି ଉପାୟ
ପାଞ୍ଚଟି ପଦ୍ମଫୁଲକୁ ସୁଗନ୍ଧିତ ଅତରରେ ସହ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରି, ଶ୍ରୀମନ୍ତ୍ରର ୧୧ ଥର ଜପ କରନ୍ତୁ। ୨ଟି ପଦ୍ମଫୁଲ ମା’ଙ୍କ ଚରଣରେ ମଧ୍ୟ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଧନର ବୃଦ୍ଧି ହୋଇଥାଏ।
ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ
ଏକ ପାନ ପତ୍ରରେ ଗୋଟିଏ ଲାଲ ଗୋଲାପ ଫୁଲ ଅଶ୍ବତ୍ଥ ବୃକ୍ଷ ମୂଳେ ରଖି ପ୍ରଣାମ କରି ନିଜ ସଫଳତା ପାଇଁ ପ୍ରାର୍ଥନା କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ଏହି ଉପାୟରେ କର୍ମକ୍ଷେତ୍ରରେ ପାଆନ୍ତୁ ସଫଳତା –
କାର୍ଯ୍ୟସ୍ଥଳକୁ ଯାଇ ସେଠାରେ ଗଙ୍ଗାଜଳ ପକାନ୍ତୁ। ଏହା ପରେ ମା’ଲକ୍ଷ୍ମୀ ଓ ପ୍ରଭୁ ଗଣେଶଙ୍କ ନିକଟରେ ସୁଗନ୍ଧିତ ଅଗରବତୀ ଲଗାଇବା ସହ ଏହି ମନ୍ତ୍ର ଜପ କରନ୍ତୁ। (ଓଁ ଶ୍ରୀ ଗଣେଶାୟ ନମଃ), (ଓଁ ଶ୍ରୀ ମହାଲକ୍ଷ୍ମୀ ନମୋ ନମଃ)।
ନିରୋଗ ରହିବା ପାଇଁ କରନ୍ତୁ ଏହି ଉପାୟ-
ଭଗବାନ ଶିବଙ୍କୁ ପଞ୍ଚାମୃତ ଅର୍ପଣ କରନ୍ତୁ।
ଧବଳ ପୁଷ୍ପ ପ୍ରଭୁ ଶଙ୍କରଙ୍କୁ ଅର୍ପଣ କରନ୍ତୁ।
ସର୍ବଦା ସଫାବସ୍ତ୍ର ପିନ୍ଧନ୍ତୁ।
ନିଜ ଶୋଇବା କକ୍ଷରେ ଶୋଇବା ପୂର୍ବରୁ କର୍ପୁର ଜଳାନ୍ତୁ।
ପିଲାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ –
ପିଲାମାନଙ୍କୁ ଘରେ ପ୍ରସ୍ତୁତ ହେଉଥିବା ଭୋଜନ ଦିଅନ୍ତୁ।
ପାଣି ଅଧିକ ପିଇବାକୁ ଦିଅନ୍ତୁ।
ବଜାରର ଖାଦ୍ୟ ଅଧିକ ଦିଅନ୍ତୁ ନାହିଁ।
କର୍ମକ୍ଷେତ୍ରରେ ନିଯୁକ୍ତି ପାଇବା ପାଇଁ –
ଏକ ଧଳା ପଇତାକୁ କେଶର ରଙ୍ଗରେ ମିଶାଇ ଶୁକ୍ଳପକ୍ଷ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ଡ଼ାହାଣ ହାତରେ ପିନ୍ଧାନ୍ତୁ ଓ ହଳଦିଆ ରଙ୍ଗର ମିଠା ଭୋଗ କରନ୍ତୁ। ଏପରି ନିୟମିତ ୫ଟି ଗୁରୁବାର କରିବା ଦ୍ୱାରା କର୍ମକ୍ଷେତ୍ରରେ ନିଯୁକ୍ତି ମିଳିଥାଏ ବୋଲି କୁହାଯାଇଛି।
ବିବାହରେ ଥିବା ସମସ୍ୟାର ସମାଧାନ ପାଇଁ –
ସର୍ବପ୍ରଥମେ ନିଜ ଗୃହରେ ଥିବା ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରନ୍ତୁ। ହାଲକା ହଳଦିଆ କିମ୍ବା ଗୋଲାପି ରଙ୍ଗର ପୋଷାକ ପିନ୍ଧନ୍ତୁ। ପ୍ରଭୁ ମହେଶ୍ୱରଙ୍କୁ ପୂଜା କରନ୍ତୁ। ଅସହାୟ ଓ ଗରିବଙ୍କୁ ଦାନ କରନ୍ତୁ।
ଗୃହରୁ କଳହ ଦୂର କରିବାର ଉପାୟ –
ପୂର୍ବପୁରୁଷଙ୍କୁ ସର୍ବଦା ଜଳ ଅର୍ପଣ କରନ୍ତୁ। ମାସକୁ ଥରେ ଘରେ ସଙ୍କ୍ରାନ୍ତିରେ ହୋମ କରନ୍ତୁ।
ଭୟରୁ ମୁକ୍ତି ପାଇଁ-
ଯେଉଁମାନେ ଅଧିକ ଭୟ କରନ୍ତି ସେମାନେ ନିୟମିତ ହନୁମାନ ଚାଳିଶା ପାଠ କରନ୍ତୁ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories