ଘରେ ପୋଷା ଜୀବ ରଖୁଥିଲେ ଏଥି ପ୍ରତି ଧ୍ୟାନ ଦିଅନ୍ତୁ

0

ଅଧିକାଂଶ ଲୋକ ଗୃହପାଳିତ ପଶୁ ରଖିବା ପାଇଁ ପସନ୍ଦ କରନ୍ତି। ଖାଲି ପସନ୍ଦ କରିଦେଲେ ଚଳିବନି. ଗୃହପାଳିତ ପଶୁ ପାଳିବା ପାଇଁ କିଛି ନିୟମାବଳୀ ରହିଛି। ଯେଉଁ ନିୟମ ଗୁଡ଼ିକୁ ଅନୁସରଣ କରିବା ନିହାତି ଆବଶ୍ୟକ। ପଶୁ ରହୁଥିବା ଗୃହର ଆକାର , ପରିବେଶ ପ୍ରତି ଧ୍ୟାନଦେବା ଆବଶ୍ୟକ। ଏମିତି ଆଉ କିଛି ନିୟମାବଳୀକୁ ଅନୁସରଣ କରିବାପାଇଁ ବିଶେଷଜ୍ଞମାନେ ମତ ଦିଅନ୍ତି। ସେଗୁଡିକ ହେଲା –
୧. ଗୋଟିଏ ଗୃହପାଳିତ ପଶୁ ପାଳିବା ପୂର୍ବରୁ ପ୍ରଥମେ ଆପଣ ଆପଣ ନିଜକୁ ପଚାରନ୍ତୁ , ପଶୁ ପାଳିବା ପାଇଁ ଆପଣଙ୍କ ପାଖରେ ସମୟ ଅଛି କି?
୨. ତାର ଯତ୍ନ ନେବାପାଇଁ ଆପଣଙ୍କର ଆଗ୍ରହ ରହିଛି କି? ଯଦି ଏଥିନେଇ ସନ୍ଦେହ ଅଛି ତେବେ ଆଉ କିଛି ସମୟ ନିଅନ୍ତୁ ଏବଂ ଚିନ୍ତାକରି ନିଷ୍ପତି ନିଅନ୍ତୁ।
୩. ଆପଣ କେଉଁ ପ୍ରଜାତିର ପଶୁ ରଖିବାକୁ ପସନ୍ଦ କରନ୍ତି, ପ୍ରଥମେ ସେ ଉପରେ ବିଚାର କରନ୍ତୁ।
୪. ସେମାନେ ଆପଣଙ୍କ ପରିବାରର ସଦସ୍ୟ ଭଳି, ତେଣୁ ନିଜ ପିଲାପ୍ରତି ଆପଣ ଯେପରି ଯତ୍ନବାନ ହୁଅନ୍ତି ସେହିଭଳି ସେମାନଙ୍କ ପ୍ରତି ଯତ୍ନବାନ ହେବା ଆବଶ୍ୟକ।
୫. ସେମାନଙ୍କର ସ୍ୱତନ୍ତ୍ର ଖାଦ୍ୟ ଏବଂ ଟୀକା ଆଦିର ଖର୍ଚ୍ଚ ବହନ କରିବାପାଇଁ ଆପଣ ପ୍ରସ୍ତୁତ ରହିବା ଆବଶ୍ୟକ।
୬. ପ୍ରତିମାସରେ ପଶୁ ଚିକିତ୍ସକଙ୍କୁ ଦେଖାଇ ସେମାନଙ୍କର ଚିକିତ୍ସା କରାନ୍ତୁ।
୭. ସେମାନଙ୍କୁ ନିୟମିତ ବ୍ୟାୟାମ କରାଇବା ଭଲ।

Leave A Reply