www.samajalive.in
Monday, December 15, 2025
27.1 C
Bhubaneswar

ସୋଲାର୍‍ ଅଟୋ ତିଆରି କଲେ ବିପନ: ଥରେ ଚାର୍ଜ ହେଲେ ଚାଲିବ ୨ଶହ କି.ମି.

ଉନା: ଆଇଆଇଟି ମଣ୍ଡୀର ପ୍ରଶିକ୍ଷାର୍ଥୀ ତଥା ଉନା ଜିଲା ସ୍ଥିତ ବସୋଲୀ ଗାଁର ଯୁବକ ବିପନ ଧୀମାନ ସୌର ଶକ୍ତି ଦ୍ୱାରା ଚାଳିତ ଅଟୋ ତିଆରି କରିବାରେ ସଫଳ ହୋଇଛନ୍ତି। ଏଥିରେ ୮୦୦ ୱାଟ୍‍ର ସୋଲାର୍‍ ପ୍ୟାନେଲ୍‍ ଲଗାଯାଇଛି। ସୌର ଶକ୍ତି ଦ୍ୱାରା ଥରେ ସମ୍ପୂର୍ଣ୍ଣ ଚାର୍ଜ ହୋଇଯିବା ପରେ ଏହି ଅଟୋ ପ୍ରାୟ ୨୦୦ କି.ମି. ଯାତ୍ରା କରିପାରିବ। ଏହାର ସର୍ବାଧିକ ଘଣ୍ଟା ପ୍ରତି ବେଗ ୪୫ କି.ମି. ରହିଛି। ଏହାକୁ ବିଦ୍ୟୁତ୍‍ ଦ୍ୱାରା ମଧ୍ୟ ଚାର୍ଜ କରାଯାଇ ପାରିବ। ଏହି ସୋଲାର୍‍ ଅଟୋର କୌଣସି ତୀବ୍ର ଧ୍ୱନି ନାହିଁ। ଯଦ୍ୱାରା ଏହା ଶବ୍ଦ ପ୍ରଦୂଷଣକୁ ମଧ୍ୟ ରୋକି ପାରିବ।

ବିପନଙ୍କ କହିବାନୁସାରେ, ଏହି ଅଟୋ ତିଆରି ପାଇଁ ପ୍ରାୟ ୨ ବର୍ଷ ସମୟ ଲାଗିଛି। ଏପର୍ଯ୍ୟନ୍ତ ଏହାର ନିର୍ମାଣରେ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ପ୍ରାୟ ୨.୫ ଲକ୍ଷ ଟଙ୍କା ଖର୍ଚ୍ଚରେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହୋଇଯିବ।

- Advertisement -

ଯାନବାହାନରେ ରୁଚି ରଖୁଥିବା ବିପନ ଅଟୋମୋବାଇଲ୍‍ ଇଞ୍ଜିନିୟରିଂରେ କ୍ୟାରିୟର୍‍ କରିବାକୁ ମନସ୍ଥ କରିଥିଲେ। ସେ ଏବେ ଆଇଆଇଟି ମଣ୍ଡୀରେ ଗବେଷକ ଅଛନ୍ତି। ଅଟୋ ବ୍ୟବସାୟକୁ ସସ୍ତା ଓ ପ୍ରଦୂଷଣ ମୁକ୍ତ କରିବା ଉଦ୍ଦେଶ୍ୟରେ ବିପନ ଆଇଆଇଟି ମଣ୍ଡୀରେ ସୋଲାର ଅଟୋ ତିଆରି ପାଇଁ ପ୍ରସ୍ତାବ ରଖିଥିଲେ। ଏହାପରେ ଆଇଆଇଟି ମଣ୍ଡୀ ଏହାକୁ ସ୍ୱୀକାର କରିଥିଲା। ଏହି ଅଟୋ ତିଆରି କରିବା ପାଇଁ ବିପନଙ୍କୁ ଆଇଆଇଟି ମଣ୍ଡୀରୁ ଆର୍ଥିକ ସହାୟତା ମିଳିଛି। ବିପନ କହିଛନ୍ତି, ସେ ନିଜ କମ୍ପାନୀ ମଧ୍ୟ ରେଜିଷ୍ଟ୍ରୀକରଣ କରି ସାରିଛନ୍ତି ଓ ଖୁବଶୀଘ୍ର ଉନାରେ ସୋଲାର ଅଟୋ ନିର୍ମାଣ ଉଦ୍ୟୋଗ ସ୍ଥାପନ କରାଯିବ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories