www.samajalive.in
Sunday, December 14, 2025
23.1 C
Bhubaneswar

ପନୀର ଭୁଜିଆ

ଆବଶ୍ୟକ ସାମଗ୍ରୀ:
ପନୀର- ୨୫୦ଗ୍ରାମ୍‍
ଅଦା- ଛୋଟ ଖଣ୍ଡେ
ରସୁଣ- ୪-୫ଟି
ଲଙ୍କା- ୧ଟି
ପିଆଜ- ୨ଟି
ଟମାଟୋ- ୧ଟି
ଶିମଲା ଲଙ୍କା- ୧ଟି
ଗରମ ମସଲା- ୨ଚାମଚ
ହଳଦୀ ଗୁଣ୍ଡ – ୧ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
ଧନିଆ ଗୁଣ୍ଡ – ୧ଚାମଚ
କ୍ଷୀର- ୨ଚାମଚ
ଲେମ୍ବୁ ରସ- ୧ଚାମଚ
ତେଲ
ଧନିଆ ପତ୍ର
ଲୁଣ- ସ୍ୱାଦ ଅନୁସାରେ


ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପନୀରକୁ ପୁରା ଛୋଟ ଛୋଟ କରି କାଟି ଦିଅନ୍ତୁ।
ଗୋଟେ ବଡ଼ କଡେଇ ନେଇ ସେଥିରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଜିରା ପକାନ୍ତୁ। ତାପରେ ସେଥିରେ ଛେଚା ହୋଇଥିବା ଅଦା, ଓ ରସୁଣ ପେଷ୍ଟକୁ ପକାଇ ଦିଅନ୍ତୁ। ସେଥିରେ କଟା ହୋଇଥିବା ପିଆଜକୁ ହାଲକା ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। କଟା ହୋଇଥିବା ଶିମଲା ଲଙ୍କା,ଟମାଟୋ ପକାଇ କିଛି ସମୟ ଭାଜନ୍ତୁ। ତାପରେ ସେଥିରେ ହଳଦି ଗୁଣ୍ଡ,ଗରମ ମସଲା,ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ ପକାଇ କିଛି ସମୟ ଭାଜିବା ପରେ କ୍ଷୀର ପକାନ୍ତୁ। ଭଲ ଭାବରେ ୧ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ। କଟା ହୋଇଥିବା ପନୀର ଓ ଲେମ୍ବୁ ରସ ଓ ଲୁଣ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। କିଛି ସମୟ ପରେ ଗ୍ୟାସରୁ ଓହ୍ଲାଇ ଧନିଆ ପତ୍ର ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ପନୀର ଭୁଜିଆ।

- Advertisement -

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories