www.samajalive.in
Sunday, December 14, 2025
14.1 C
Bhubaneswar

ଇଞ୍ଜିନରୁ ଅଲଗା ହେଲା ମାଲଗାଡ଼ିର ବଗି

ରାଉରକେଲା:ରାଉରକେଲା ବିରଜାପଲ୍ଲୀ ଏସ୍‌ଆଇଟି ଛକ ନିକଟରେ ମାଲଗାଡିର ଇଞ୍ଜିନରୁ ବଗି ଅଲଗା ହୋଇଯାଇଥିବା ସୂଚନା ମିଳିଛି ।  ଏକ କୋଇଲା ବୋଝେଇ ମାଲଗାଡିର  ୧୦ଟି ବଗି ଅଲଗା ହୋଇଯାଇଥିଲା । ଟ୍ରେନଟି ପ୍ରାୟ ଏକ କିଲୋମିଟର   ଡ୍ରାଇଭର ଏହା ଜାଣିବା ପରେ ସେ ଗାଡିକୁ ପଛକୁ ଫେରାଇଥିଲେ । ଦୁଇଟି ବଗି ମଧ୍ୟରେ ଥିବା କପଲିଙ୍ଗ ଛିଡି ଯିବାରୁ ଏପରି ଘଟିଥିବା ଜଣା ପଡିଥିଲା ।ପରେ ରେଳ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ବଗି ଗୁଡିକୁ ଯୋଡିଥିଲେ  । କିଛି ସମୟ ପାଇଁ ସେହି ଲାଇନରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା ।  ଟ୍ରେନ୍‍ଟି ଝାଡ଼ଖଣ୍ଡ ରୁ ରାୟଗଡ଼ ଯାଉଥିବା ଜଣା ପଡ଼ିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories