www.samajalive.in
Saturday, December 13, 2025
27.1 C
Bhubaneswar

ହିଂସାର ରୂପ ନେଲା ନବରଙ୍ଗପୁର ବନ୍ଦ ପାଳନ: ଜାଳିଦେଲେ କାର୍

ନବରଙ୍ଗପୁର: ଶାନ୍ତିପୂର୍ଣ୍ଣ ଭାବେ ନବରଙ୍ଗପୁର ବନ୍ଦ ପାଳନ ହିଂସାର ରୂପ ନେଇଛି। ରାସ୍ତା କଡ଼ରେ ଥୁଆ ହୋଇଥିବା ଏକ କାର୍‌କୁ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଛନ୍ତି। ପରେ କାର୍‌ଟି ହୁତ ହୁତ ହୋଇ ଜଳିଥିଲା। ଏହି ଘଟଣାରେ କଂଗ୍ରେସ ନେତା ଓ କର୍ମୀ ସାମିଲ ଥିବା ବିଜେଡ଼ି ପକ୍ଷରୁ ଅଭିଯୋଗ କରାଯାଇଛି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ନବରଙ୍ଗପୁରର କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏଯାଏଁ ଦୋଷୀଙ୍କୁ ଗିରଫ କରାଯାଇନାହିଁ। ଦୋଷୀକୁ ଶୀଘ୍ର ଗିରଫ ଦାବି ସହ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଆଜି ଜିଲା କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ ପାଳନ କରାଯାଉଛି। ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ନେତୃତ୍ୱରେ ପିକେଟିଂ କରାଯାଉଛି। କୁନ୍ଦୁଲି ଘଟଣା ଭଳି ଏହି ଘଟଣାକୁ ମଧ୍ୟ ରାଜ୍ୟ ସରକାର ଲୁଚାଇବାକୁ ଉଦ୍ୟମ କରୁଥିବା ଜିଲା କଂଗ୍ରେସ ଅଭିଯୋଗ କରିଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories