www.samajalive.in
Monday, December 15, 2025
16.1 C
Bhubaneswar

ବାଜପେୟୀ ଆମ ପାଇଁ ପ୍ରେରଣାର ସ୍ରୋତ – ନବୀନ

ଭୁବନେଶ୍ୱର: ବାଜପେୟୀ ଆମ ପାଇଁ ପ୍ରେରଣାର ସ୍ରୋତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ୧୯୯୭ରେ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ କେନ୍ଦ୍ର ମନ୍ତ୍ରୀ ରହିଥିବା ନବୀନ କହିଛନ୍ତି ଯେ, ସେ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ଥିଲେ।

ମୁଖ୍ୟମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ଅଟଳ ଜୀ ଜଣେ ଚମତ୍କାର ନେତା, ଉତ୍କୃଷ୍ଟ ସାଂସଦ, ଅସାଧାରଣ କବି ଓ ସୁବକ୍ତା ଥିଲେ। ତାଙ୍କ ଅନନ୍ୟ ବ୍ୟକ୍ତିତ୍ୱ ଓ ପ୍ରତିଷ୍ଠିତ ନେତୃତ୍ୱ ଏବେ ମଧ୍ୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିଛି ଓ ରହିବ। ବିଜୁ ଜନତା ଦଳ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟରେ ୨୦୦୯ ପର୍ଯ୍ୟନ୍ତ ରହିଥିଲା ଓ ପରବର୍ତ୍ତୀ ସମୟରେ ୨୦୦୯ ସାଧାରଣ ନିର୍ବାଚନରେ ସିଟ ଆବଣ୍ଟନ ନେଇ ମେଣ୍ଟରୁ ବାହାରି ଯାଇଥିଲା।

- Advertisement -

ସୂଚନା ଯୋଗ୍ୟ, ବାଜପେୟୀଙ୍କ ଜନ୍ମ ୧୯୨୪ ମସିହା ଡିସେମ୍ବର ୨୫ରେ ମଧ୍ୟପ୍ରଦେଶରେ ହୋଇଥିଲା। ୨୦୧୯ ଅଗଷ୍ଟ ୧୬ରେ ଦିଲ୍ଲୀ ସ୍ତିତ ଏଏମସରେ ବାଜପେୟୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories