ଏସିଡମାଡ ସଚେତନତା ପାଇଁ ‘ଷ୍ଟପ୍-ଏ-ଥନ୍’ ଗଣଦୌଡ

0

ଭୁବନେଶ୍ବର: ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଆଇଏସଡି ନ୍ୟୁ ହୋପ୍’ ପକ୍ଷରୁ ଏସିଡିମାଡରେ ପୀଡିତାଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏସିଡ୍ ପୀଡିତାଙ୍କୁ ସହଯୋଗ କରିବା ଓ ବଜାରରେ ଏସିଡ କିକ୍ରି ଉପରେ ଅଙ୍କୁଶ ଲଗାଇବା ଦିଗରେ ସଚେତନତା ବୃଦ୍ଧି ପାଇଁ ଗତକାଲି କଳିଙ୍ଗ ଷ୍ଟାଡିୟମରୁ ‘ଷ୍ଟପ୍-ଏ-ଥନ୍’ ନାମକ ଗଣଦୌଡ ଅନୁଷ୍ଠିତ ହୋଇଥିଲା। ଏଥିରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ ସାମଲ, ଡିଜି ଡ. ଆର.ପି ଶର୍ମା, ପୁଲିସ କମିଶନର ୱାଇ.ବି ଖୁରାନିଆ, ସାଂସଦ ଡ. ଅଚ୍ୟୁତ ସାମନ୍ତରାୟ ଏବଂ କଟକ ବିଧାୟକ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ ।

prayash

Leave A Reply