www.samajalive.in
Saturday, December 6, 2025
16.1 C
Bhubaneswar

ସିଏଏ ବିରୋଧୀ ଶୋଭାଯାତ୍ରା: ଚିଦାମ୍ବରମ, ଷ୍ଟାଲିନଙ୍କ ସମେତ ୮୦୦୦ ଜଣଙ୍କ ନାଁରେ ମାମଲା

ଚେନ୍ନାଇ: ତାମିଲନାଡୁର ଚେନ୍ନାଇରେ ଡିଏମକେ ଏବଂ ଏହାର ସହଯୋଗୀ ଦଳ କଂଗ୍ରେସ ପକ୍ଷରୁ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଏନଆରସି ବିରୋଧରେ ହୋଇଥିବା ବିଶାଳ ଶୋଭାଯାତ୍ରାକୁ ନେଇ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଚେନ୍ନାଇ ପୁଲିସ ପକ୍ଷରୁ ମଙ୍ଗଳବାର ଡିଏମକେ ସଭାପତି ଏମ.କେ. ଷ୍ଟାଲିନ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ, ରାଜ୍ୟସଭା ସଦସ୍ୟ ଭାଇକୋ, ଲୋକସଭା ସଦସ୍ୟ ଥୋଲ ଥିରୁମାଭାଲାଭାନ ପ୍ରମୁଖଙ୍କ ସମେତ ୮୦୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସର ବିନା ଅନୁମତିରେ ଶୋଭାଯାତ୍ରା କରିବା ଏବଂ ବେଆଇନ ଭାବେ ଏକତ୍ର ହୋଇଥିବାରୁ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଡିଏମକେର ସାଂଗଠନିକ ସମ୍ପାଦକ ଆର.ଏସ. ଭାରତୀ ଗଣମାଧ୍ୟମକୁ କହିଛନ୍ତି ଯେ, ମଙ୍ଗଳବାର ଅପରାହ୍ନ ସୁଦ୍ଧା ମାମଲା ସମ୍ପର୍କରେ ପୁଲିସଠାରୁ କୌଣସି ସୂଚନା ମିଳିନାହିଁ। ଯଦି ଏଭଳି କିଛି ହୋଇଥିବ, ତେବେ ଆଗକୁ କି ପଦକ୍ଷେପ ନିଆଯିବ ସେ ବିଷୟରେ ଆମ ନେତା ଷ୍ଟାଲିନ କହିବେ। ସୂଚନାଯୋଗ୍ୟ, ଗତ ସୋମବାର ଦିନ ଡିଏମକେ ଓ କଂଗ୍ରେସ ପକ୍ଷରୁ ଚେନ୍ନାଇରେ ଏନଆରସି ଏବଂ ସିଏଏ ବିରୋଧରେ ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ହଜାର ହଜାର ଲୋକ ଏଥିରେ ସାମିଲ ହୋଇ ବିରୋଧ ପ୍ରଦର୍ଶନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories