ମୁମ୍ବଇ: ନୂଆ ବର୍ଷରେ ମୁକ୍ତିଲାଭ ହେବାକୁ ଥିବା ଆଦିତ୍ୟ ରୟ କପୁର ଓ ଦୀଶା ପଟାନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଲଙ୍ଗ୍’ରେ ଅନୀଲ କପୁରଙ୍କ ଲୁକ୍ ମଙ୍ଗଳବାର ସାମ୍ନାକୁ ଆସିଛି। ନିଜ ଜନ୍ମଦିନ ଅବସରରେ ଅନୀଲ ସାମାଜିକ ଗଣମାଧ୍ୟମରେ ଏହି ଲୁକ୍ ଶେୟାର କରିଛନ୍ତି।
https://www.instagram.com/p/B6chaLBB3kP/?utm_source=ig_web_copy_link
ଫଟୋରୁ ଜଣାପଡ଼ୁଛି, ଅନୀଲ୍ ପୁଣିଥରେ ଏକ ପ୍ରଭାବଶାଳୀ ଅବତାରରେ ନଜର ଆସିବେ। ଚଳଚ୍ଚିତ୍ରରେ ସେ ଜଣେ ଖଳ ପ୍ରକୃତିର ପୁଲିସ ଭୂମିକାରେ ଅଭିନୟ କରିଥିବା ଏହି ଫଟୋରୁ ଅନୁମାନ କରାଯାଉଛି। ଏଥିରେ ତାଙ୍କୁ ପୁଲିସ ପୋଷାକ ପିନ୍ଧି ଚେୟାରରେ ବସିଥିବା ଦେଖିବାକୁ ମିିଳିଛି। ଏହା ସହିତ ପୋଷାକର ବଟନ୍ ଖୋଲା ଅଛି ଓ ହାତରେ ଟାଟୁ, ଆଖିରେ ନାଲି ଚଷମା ପିନ୍ଧିଛନ୍ତି। ଲୋକେ ଅନୀଲଙ୍କ ଏହି ଅବତାରକୁ ବହୁତ ପସନ୍ଦ କରୁଛନ୍ତି। ଖୁବ୍ କମ୍ ସମୟରେ ହଜାର ହଜାର ସଂଖ୍ୟକ ଲୋକେ ଫଟୋକୁ ଲାଇକ୍ ଓ ଶେୟାର କରିଛନ୍ତି।
ସୂଚନା ଅନୁସାରେ, ‘ମଲଙ୍ଗ୍’ ଏକ ରୋମାଣ୍ଟିକ୍-ହରର୍ ଚଳଚ୍ଚିତ୍ର। ଏହା ୧୪ ଫେବୃଆରୀ ଭାଲେଣ୍ଟାଇନ୍ ଡେ’ ଅବସରରେ ପରଦାକୁ ଆସିବ।



