www.samajalive.in
Saturday, December 13, 2025
23.1 C
Bhubaneswar

ଧାମରା ମକର ମେଳା ପାଇଁ ପ୍ରସ୍ତୁତି ବୈଠକ

ଧାମରା: ଧାମରା ପ୍ରସିଦ୍ଧ ମକର ମେଳା ପାଇଁ ପ୍ରଥମ ପ୍ରସ୍ତୁତିୁ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ମା ଧାମରାଇ ମନ୍ଦିର ପ୍ରାଙ୍ଗଣରେ ମନ୍ଦିର ପରିଚାଳନା କମିଟିର ସଭାପତି ସୁରେଶ କୁମାର ମାହୁନ୍ତଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ମକର ମେଳା ସମୟରେ କିପରି ମେଳାକୁ ସୁରକ୍ଷା ଏବଂ ଶୃଙ୍ଖଳିତ କରିହେବ ସେ ନେଇ ଆଲୋଚନା ହୋଇଥିଲା। ମଙ୍ଗଳବାର ଏହି ବୈଠକରେ ଚାନ୍ଦବାଲି ଏସଡିପିଓ,ଧାମରା ମେରାଇନ ଥାନାଧିକାରୀଙ୍କ ଉପସ୍ଥିତିରେ ଏହି ସମସ୍ତ ବିଷୟରେ ଆଲୋଚନା କରିଥିଲେ। ମେଳା ସମୟରେ ଧାମରା ନଦୀକୂଳ ଓ ମେଳାକୁ ଆଲୋକୀକରଣ କରାଯିବା ସହ ମକରମେଳାରେ ଅସ୍ଥାୟୀ ଦୋକାନୀ ମାନଙ୍କ ପାଇଁ ପାସ୍ ବ୍ୟବସ୍ଥା,ମଦ ବିକ୍ରୟ ଉପରେ ସଚେତନତା ସୃଷ୍ଟି କରାଯିବା,ମେଳା ପଡିଆରେ ସିସିଟିଭି ଲଗାଇ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖାଯିବା,ପ୍ରାଥମିକ ଚିକିତ୍ସା ଉପରେ ଗୁରୁତ୍ୱ ,ଅଗ୍ନିଶମ ବାହିନୀର ୨୪ଘଂଟିଆ ଡ୍ୟୁଟି ଏବଂ ମେଳା ପଡିଆର ପରିମଳ ବ୍ୟବସ୍ଥାକୁ ସଠିକ ଭାବରେ କାର୍ୟ୍ୟକାରୀ କରିବାକୁ ନେଇ ଆଲୋଚନା ଏବଂ ପର୍ୟ୍ୟାଲୋଚନା ହୋଇଥିଲା।

Hot this week

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

Related Articles

Popular Categories