www.samajalive.in
Wednesday, December 10, 2025
18.1 C
Bhubaneswar

ମୁସଲିମ ଧର୍ମ ଗ୍ରହଣ କରିବେ କେରଳର ୩ ହଜାର ଦଳିତ, ନ୍ୟାୟ ନ ମିଳିବାରୁ ହିନ୍ଦୁ ଧର୍ମ ତ୍ୟାଗ କରିବେ

କୋଏମ୍ବାଟୁର: କେରଳର କୋଏମ୍ବାଟୁର ଜିଲା ଅନ୍ତର୍ଗତ ମେଟ୍ଟୁପଲାୟମ ଅଞ୍ଚଳର ୩ ହଜାର ଦଳିତ ହିନ୍ଦୁ ଧର୍ମ ତ୍ୟାଗ କରି ମୁସଲିମ ଧର୍ମ ଗ୍ରହଣ କରିବେ। ଆସନ୍ତା ଜାନୁୟାରୀ ୫ ତାରିଖରେ ଏହି ଦଳିତମାନଙ୍କର ଧର୍ମାନ୍ତରୀକରଣ ହେବ। ତାମିଲ ପୁଲିଗାଲ ନାମକ ଏକ ସଂଗଠନ ପକ୍ଷରୁ ଏ ସମ୍ପର୍କରେ ଘୋଷଣା କରାଯାଇଛି। ମେଟ୍ଟୁପଲାୟମ ଅଞ୍ଚଳରେ ଥିବା ଏକ ‘ଅଛୁଆଁ କାନ୍ଥ’ ଭୁଶୁଡ଼ି ୧୭ ଦଳିତଙ୍କ ମୃତ୍ୟୁକୁ ନେଇ ନ୍ୟାୟ ଦାବି କରିଆସୁଥିବା ଏହି ସଂଗଠନକୁ ନ୍ୟାୟ ନ ମିଳିବାରୁ ସମସ୍ତେ ହିନ୍ଦୁ ଧର୍ମ ତ୍ୟାଗ କରିବେ ବୋଲି ଜଣାପଡ଼ିଛି।

ଗତ ଡିସେମ୍ବର ୨ ତାରିଖରେ ୨୦ ଫୁଟ ଉଚ୍ଚା, ୮୦ ଫୁଟ ଲମ୍ବ ଏବଂ ୨ ଫୁଟ ଓସାରର ଏକ ବିରାଟ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏହି କାନ୍ଥର ନାମ ଥିଲା ‘ଅଛୁଆଁ କାନ୍ଥ’। ସ୍ଥାନୀୟ ଅଞ୍ଚଳର ଉଚ୍ଚ ଜାତିରେ ଜଣେ କପଡ଼ା ବ୍ୟବସାୟୀ ଏହି କାନ୍ଥ ନିର୍ମାଣ କରିଥିଲେ। କାନ୍ଥର ଅପରପାର୍ଶ୍ଵରେ ଦଳିତମାନେ ରହୁଥିଲେ। କାନ୍ଥ ଭୁଶୁଡ଼ି ସେମାନଙ୍କ ଘର ଉପରେ ପଡ଼ିବାରୁ ୧୭ ଜଣଙ୍କ ମୃତ୍ୟୁ ଘଯିଥିଲା। ସେମାନଙ୍କ ମଧ୍ୟରେ ୧୧ ମହିଳା ଏବଂ ୩ ଶିଶୁ ରହିଥିଲେ। ଘଟଣା ପରଦିନ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ଦଳିତମାନେ ନ୍ୟାୟ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ପୁଲିସ ସେମାନଙ୍କ ଉପରେ ଦମନଲୀଳା ଚଳାଇଥିଲା ଏବଂ ତାମିଲ ପୁଲିଗାଲ ସଂଗଠନର ନେତାଙ୍କୁ ଗିରଫ କରାଯାଇଥିଲା। ଜେଲରେ ରହି ସଂଗଠନର ନେତା ପ୍ରତିବାଦ ଚଳାଇଥିବାବେଳେ କପଡ଼ା ବ୍ୟବସାୟୀଙ୍କୁ ଜାମିନ ମିଳିଯାଇଥିଲା। ଏହା ପ୍ରତିବାଦରେ ତାମିଲ ପୁଲିଗାଲ ସଂଗଠନ ଏହି ନିଷ୍ପତ୍ତି ନେଇଛି। ସେମାନଙ୍କୁ ନ୍ୟାୟ ମିଳି ନ ଥିବାରୁ ସମସ୍ତ ଦଳିତ ମୁସଲିମ ଧର୍ମକୁ ପରିବର୍ତ୍ତନ କରିବେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଉକ୍ତ ପାଚେରୀକୁ ନେଇ ଦଳିତମାନେ ବିଭିନ୍ନ ସମୟରେ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ। ପାଚେରୀ ଦୁର୍ବଳ ଅବସ୍ଥାରେ ଥିବାରୁ ଯେକୌଣସି ମୁହୂର୍ତ୍ତରେ ଅଘଟଣ ଘଟିବା ନେଇ ପ୍ରଶାସନକୁ ଜଣାଇଥିଲେ। କିନ୍ତୁ ସେମାନଙ୍କ ଅଭିଯୋଗ ଉପରେ ଗୁରୁତ୍ଵ ଦିଆଯାଇ ନ ଥିଲା।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories