ନକ୍ସଲ୍‍ ହିଂସା କମିଛି, ଆତଙ୍କବାଦ ବଢ଼ିଛି

0

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଶାସନରେ ନକ୍ସଲ୍‍ ହିଂସା ହ୍ରାସ ପାଇଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ସରକାରୀ ତଥ୍ୟାନୁଯାୟୀ, ଗତ ଜାନୁଆରୀ ମାସରୁ ମେ’ ୨୭ ତାରିଖ ପର୍ଯ୍ୟନ୍ତ ୧୧୯ ଜଣ ନକ୍ସଲ୍‍ ନିହତ ହୋଇଛନ୍ତି। ପୂର୍ବବର୍ଷର ଏହି ୫ମାସ ସମୟ ମଧ୍ୟରେ ୧୩୬ ଜଣ ନକ୍ସଲ୍‍ ନିହତ ହୋଇଥିଲେ। ଗତ ଏପ୍ରିଲ୍‍ ୨୨ ଓ ୨୩ ତାରିଖରେ ବଡ଼ଧରଣର ଅଭିଯାନରେ ସୁରକ୍ଷା କର୍ମୀଙ୍କ ଗୁଳିରେ ୪୦ ଜଣ ନକ୍ସଲ୍‍ ନିହତ ହୋଇଥିଲେ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୨୦୧୦ ତୁଳନାରେ ଏବେ ନକ୍ସଲ୍‍ କାର୍ଯ୍ୟକଳାପ ୩୬.୬% ହ୍ରାସ ପାଇଛି। ନିହତ ନକ୍ସଲ୍‍ଙ୍କ ପରିସଂଖ୍ୟାନ ଆଧାରରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏହି ବିଶ୍ଲେଷଣ କରିଛି। ୨୦୧୦-୧୩ ମଧ୍ୟରେ ୬, ୫୨୪ ନକ୍ସଲ୍‍ ନିହତ ହୋଇଥିବା ବେଳେ ୨୦୧୪-୧୭ରେ ୪,୧୩୬ ନକ୍ସଲ୍‍ ନିହତ ହୋଇଛନ୍ତି। ସେହିପରି ନକ୍ସଲ୍‍ ହିଂସାରେ ସାଧାରଣ ଲୋକଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ଏହି ସମୟ ମଧ୍ୟରେ ୫୫.୫% ହ୍ରାସ ପାଇଛି। ୨୦୧୦-୧୩ରେ ୨,୪୨୮ ଜଣ ଲୋକଙ୍କୁ ନକ୍ସଲ୍‍ମାନେ ହତ୍ୟା କରିଥିବା ବେଳେ ୨୦୧୪-୧୭ରେ ୧,୦୮୧ ଙ୍କୁ ହତ୍ୟା କରିଛନ୍ତି।
ସେହିପରି ୨୦୧୪ ରୁ ୨୦୧୭ ମଧ୍ୟରେ ୬୧୯ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨୦୧୦-୧୩ ମଧ୍ୟରେ ୪୭୧ ଜଣ ନିହତ ହୋଇଥିଲେ। ଚଳିତ ବର୍ଷ ମେ ସୁଦ୍ଧା ୨୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

Leave A Reply