ସୋମବାର ରାଶିଫଳ

0

ମେଷ: ନିଜର ଦୁର୍ବଳତା ନିଜେ ବୁଝି ପାରିବେ। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ପାଇବେ। ଶୁଭକାର୍ଯ୍ୟ କରିପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିବ।

ବୃଷ: ଯୁଦ୍ଧଯାତ୍ରା ପାଇଁ ମାର୍ଗ ଉନ୍‍ମୁକ୍ତ ଓ ସମୟ ଅନୁକୂଳ ରହିଛି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଉଚ୍ଚଆଶା ଫଳବତୀ ହେବ। ଶୁଭ ଖବର ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ମଙ୍ଗଳମୟ ଅଛି। ଋଣ ପରିଶୋଧ କରିପାରନ୍ତି।

ମିଥୁନ: କାର୍ଯ୍ୟ ସଂପାଦନ ପାଇଁ ଉତ୍ସାହ ବୃଦ୍ଧି ପାଇବ। ଶୁଭ ସମାଚାର ପାଇ ଖୁସି ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ସୁଖୀ ହେବେ। ପଢ଼ାପଢ଼ିରେ ମନୋନିବେଶ କରିବେ। ପୁତ୍ର ସୁଖ ମିଳିପାରେ।

କର୍କଟ: ଅଭାବ ମେଣ୍ଟାଇବାରେ ସକ୍ଷମ ହେବେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ସରକାରୀ କୃପା ଲାଭ କରିପାରନ୍ତି। ଗୁରୁ ଆଶୀର୍ବାଦ ମିଳିପାରେ। ଶ୍ରେଷ୍ଠ ପଦ-ବଦବୀର ହକ୍‍ଦାର ହେବେ।

ସିଂହ: ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ପୁରସ୍କୃତ ହୋଇପାରନ୍ତି। ସମ୍ମାନିତ ହେବାର ସୂଚନା ମିଳୁଛି। ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଅଶାନ୍ତିର ମାତ୍ରା ଲାଘବ ହେବ। ସରକାରୀ ସ୍ତରରୁ ଲାଭ ମଳିିବ।

କନ୍ୟା: ଧନ- ସମ୍ପଦ ବୃଦ୍ଧିର ସୂଚନା ମିଳୁଛି। ନିରବ ଚିନ୍ତନ ଫଳଦାୟକ ହେବ। ବିଭାଗୀୟ ସ୍ତରରେ ସମ୍ମାନିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ବ୍ୟବସାୟ ଲାଭଜନକ ହେବ। ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ। ସର୍ବ ସୁଖ ମିଳିବା ଆଶା କରାଯାଏ।

ତୁଳା: ସୁଖ ସମ୍ମାନ ଲାଭ କରି ପାରନ୍ତି। ରୋଜଗାର ବଢ଼ିବ। ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଅପାର ଗୁଣର ଅଧିକାରୀ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବ। ନୂଆ ବନ୍ଧୁ ଜୁଟିବେ।

ବିଛା: ଆୟରେ ଢ଼େର ଉନ୍ନତି ଘଟିବ। ବ୍ୟୟର ପରିମାଣ ବୃଦ୍ଧି ପାଇପାରେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରପେକ୍ଷ ରହିବା ଭଲ ହେବ। ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ। ତେଜୀୟାନ ହୋଇପାରନ୍ତି। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୌଭାଗ୍ୟ ଅଛି। ସର୍ବ ସୁଖର ଅଧିକାରୀ ହୋଇପାରନ୍ତି।

ଧନୁ: ଯୋଗାଯୋଗରେ ସଫଳ କାମ ହେବେ। ଧନପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହେବେ। ସୁ-ସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ମକର: ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁ-ସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିପାରେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ଅଛି। ବିବାଦରେ ବିଜୟୀ ହେବେ।

କୁମ୍ଭ: ପରର ଉପକାର କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତାର ଅଧିକାରୀ ହୋଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦିନଟି ମଧ୍ୟମ ଧରଣର। ଭକ୍ତି ଗାଥା ଶୁଣିବେ।

ମୀନ: ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଧନକ୍ଷୟ ହେବାର ସୂଚନା ମିଳୁଛି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସତ୍ୟବାଦୀ ହେବେ। ପିତୃଭକ୍ତି ଯୁକ୍ତ ହେବେ। ପାଣ୍ଡିତ୍ୟ ଅର୍ଜନ କରିବେ। ପ୍ରବାସୀ ହେବେ।

Leave A Reply