www.samajalive.in
Monday, December 15, 2025
14.1 C
Bhubaneswar

ଇଣ୍ଟରନେଟ୍‌ ବନ୍ଦ ଯୋଗୁଁ ‘ଅଫ୍‌ଲାଇନ୍‌ ଚାଟ୍‌ ଆପ୍‌’ ବ୍ୟବହାର ବଢ଼ି ଚାଲିଛି

ନୂଆଦିଲ୍ଲୀ : ନାଗରିକତ୍ବ ଆଇନ ବିରୋଧରେ ପ୍ରତିବାଦ ଯୋଗୁଁ ଇଣ୍ଟର୍‌ନେଟ୍‌ ବନ୍ଦ ରଖାଯିବାରୁ ‘ବ୍ରିଜ୍‌ଫାଇ’, ‘ଫାୟାର୍‌-ଚାଟ୍‌’ ଏବଂ ଅନ୍ୟାନ୍ୟ ଅଫ୍‌ଲାଇନ୍‌ ମେସେଜିଙ୍ଗ୍‌ ଆପ୍‌ଗୁଡ଼ିକର ବ୍ୟବହାର ବୃଦ୍ଧି ପାଇଛି। ନିକଟ ଅତୀତରେ ହଂକଂରେ ରାଜନୈତିକ ସଙ୍କଟ ଯୋଗୁଁ ଇଣ୍ଟର୍‌ନେଟ୍‌ ବନ୍ଦ ରହିବାରୁ ଉପରୋକ୍ତ ଦୁଇଟି ଆପ୍‌ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଏ ଦୁଇଟିକୁ ବ୍ୟବହାର କରି ଲୋକେ ପରସ୍ପର ମଧ୍ୟରେ ସମ୍ପର୍କ ରଖୁଥିଲେ। ଏ ଦୁଇ ଆପ୍‌ ‘ମେସ୍‌ ନେଟ୍‌ୱର୍କ’ ଜରିଆରେ ଚାଲନ୍ତି। ଅର୍ଥାତ୍‌ ‘କ୍ୟାରିୟର୍‌ ସେଲ୍‌ ମାଷ୍ଟ୍‍’ ଏବଂ ‘ଇଣ୍ଟର୍‌ନେଟ୍‌’କୁ ମାଧ୍ୟମ ନ କରି ସ୍ମାର୍ଟଫୋନ୍‌ ସବୁ ‘ବ୍ଲୁଟୁଥ୍‌’ରେ ସଂଯୋଗ ହୋଇ ସ୍ୱଳ୍ପ ଦୂରତାବିଶିଷ୍ଟ ନିଜ ନିଜର ସ୍ୱାଧୀନ ନେଟ୍‌ୱର୍କ ସ୍ଥାପନ କରନ୍ତି। ଏହାକୁ ମାଧ୍ୟମ କରି ସ୍ମାର୍ଟଫୋନ୍‌ ବ୍ୟବହାରକାରୀମାନେ ପରସ୍ପର ସହ ଭାବ ଆଦାନପ୍ରଦାନ କରୁଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ଆପ୍‌ ଗୁଇନ୍ଦା ସଂସ୍ଥା ‘ଆପୋଟୋପିଆ’ରୁ ମିଳିଥିବା ତଥ୍ୟ ଅନୁସାରେ, ଡିସେମ୍ବର ୧୨ ତାରିଖରେ ଆସାମ ଓ ମେଘାଳୟରେ ଇଣ୍ଟର୍‌ନେଟ୍‌ ବନ୍ଦ ରହିବା ପରେ ‘ବ୍ରିଜ୍‌ଫାଇ’ ଡାଉନ୍‌ଲୋଡ୍‌ ଏବଂ ତା’ର ବ୍ୟବହାର ହାରାହାରି ୮୦ ଗୁଣ ବଢ଼ିଯାଇଛି। ଏହାଛଡ଼ା ଅନ୍ୟାନ୍ୟ ବହୁ ସହରରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରହିଲେ ଏ ଭଳି ଆପ୍‌ର ଡାଉନ୍‌ଲୋଡ୍‌ ମଧ୍ୟ ବଢ଼ିଯାଉଛି। ଇଣ୍ଟର୍‌ନେଟ୍‌ ସେବା ବନ୍ଦ ପୂର୍ବ ଓ ପରବର୍ତ୍ତୀ ତଥ୍ୟକୁ ତୁଳନା କଲେ ଏହା ସ୍ପଷ୍ଟ ଜଣାପଡ଼ିଯାଉଛି। ଭାରତରେ ଦୈନିକ ହାରାହାରି ୨୫ଟି ‘ବ୍ରିଜ୍‌ଫାଇ’ ଡାଉନ୍‌ଲୋଡ୍‌ ହେଉଥିବା ବେଳେ ଡିସେମ୍ବର ୧୨ ତାରିଖରେ ତାହା ୧୦୦ ଗୁଣ ଟପିଯାଇ ୨, ୬୦୯ ଥର ଡାଉନ୍‌ଲୋଡ୍‌ ହୋଇଛି। କେବଳ ଏତିକି ନୁହେଁ, ଏହି ଆପ୍‌ର ଆକ୍ଟିଭ୍‌ ୟୁଜର୍‌ ବେସ୍‌ ୬୫ ଗୁଣ ବଢ଼ିଯାଇଛି। ଡିସେମ୍ବର ୧୧ ତାରିଖରେ ୧୮୪ ୟୁଜର୍‌ ଥିବାବେଳେ ଡିସେମ୍ବର ୧୨ରେ ୟୁଜର୍‌ ସଂଖ୍ୟା ୧୨, ୧୧୮କୁ ବୃଦ୍ଧି ପାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories