www.samajalive.in
Monday, December 8, 2025
14.1 C
Bhubaneswar

ସକାଳ ସମୟର ଏହି ଭୁଲ ସୃଷ୍ଟି କରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା

ସକାଳର ଜଳଖିଆ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଶ ଆବଶ୍ୟକ। ମାତ୍ର ଆପଣ ଜଳଖିଆରେ କେଉଁ ପ୍ରକାର ଖାଦ୍ୟ ଖାଉଛନ୍ତି ତାହା ସ୍ୱାସ୍ଥ୍ୟ ଉପରେ ବହୁ କୁପ୍ରଭାବ ପକାଇଥାଏ। ସଠିକ ଜଳଖିଆ ନଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ। ଏହାସହ ସକାଳେ କେଉଁ କାର୍ଯ୍ୟ କରିବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇଥାଏ ସେ ବିଷୟରେ ଜାଣନ୍ତୁ ….
ସକାଳ ଉଠିବା ମାତ୍ରେ ପାଣି ପିଇବା ଆବଶ୍ୟକ। ପାଣି ନ ପିଇବା ଦ୍ୱାରା ସମସ୍ତ ଶରୀର ଓ ମୁଖ୍ୟତଃ ପାଚନ କ୍ରିୟା ଉପରେ ଏହାର କୁପ୍ରଭାବ ପଡ଼ିଥାଏ।
ଜଳଖିଆରେ ଘରେ ପ୍ରସ୍ତୁତ ଜୁସ ପିଅନ୍ତୁ। ପ୍ୟାକେଟରେ ଥିବା ଜୁସ ପିଅନ୍ତୁ ନାହିଁ। କାରଣ ଘରେ ପ୍ରସ୍ତୁତ ଜୁସ ଅପେକ୍ଷା ପ୍ୟାକେଟ ଜୁସ ରକ୍ତରେ ଶର୍କରାର ମାତ୍ରା ବଢାଇଥାଏ।
ଖାଦ୍ୟ ସର୍ବଦା ବସିବା ଅବସ୍ଥାରେ ହିଁ ଖାଆନ୍ତୁ। ଚାଲି ବୁଲି ଖାଦ୍ୟ ଖାଇଲେ ଏହା ସହଜରେ ହଜମ ହୋଇନଥାଏ।
ଜଳଖିଆରେ କଦାପି ବଜାରର ଖାଦ୍ୟ, ଯେପରି ବର୍ଗର, ପିଜ୍ଜା ଆଦୌ ଖାଆନ୍ତୁ ନାହିଁ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ।
ସାଲାଡ଼, ପାଉଁରୁଟି, ଜୁସ, ସିଝା ଅଣ୍ଡା ସକାଳର ଜଳଖିଆ ପାଇଁ ଖୁବ ଉତ୍ତମ। ଏହାସହ ଉପମା, ଇଟିଲି ମଧ୍ୟ ଖାଇପାରିବେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories