www.samajalive.in
Saturday, December 13, 2025
23.1 C
Bhubaneswar

କର୍ମଚାରୀଙ୍କ ପାଇଁ ୧୦ଟଙ୍କିଆ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କଲା ବିଏମସି

ମୁମ୍ବଇ : ବୃହନ ମୁମ୍ବଇ ମହାନଗର ନିଗମ (ବିଏମସି) ନିଜର କର୍ମଚାରୀଙ୍କ ପାଇଁ କ୍ୟାଣ୍ଟିନରେ ୧୦ ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଜନା ଆରମ୍ଭ କରିଥିବା ଜଣାପଡ଼ିଛି। ବିଏମସି ମେୟର କିଶୋରୀ ପେଦ୍‌ନେକର ଏହାର ଶୁମ୍ଭାରମ୍ଭ କରିଛନ୍ତି। ଏହି ଖାଦ୍ୟ ଥାଳିରେ ୨ଟି ରୁଟି, ଭାତ, ଡ଼ାଲି ଓ ୨ଟି ତରକାରୀ ମିଳିବ। ଗୋଟିଏ ଥାଳି ପାଇଁ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଥିରୁ ୪୦ ଟଙ୍କା ମହାରାଷ୍ଟ୍ର ସରକାର ବହନ କରିବେ। ଉକ୍ତ ଭୋଜନ ବ୍ୟବସ୍ଥା କେବଳ ବିଏମସି କର୍ମଚାରୀ ଓ ସେଠାକୁ ଆସୁଥିବା ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ। ଏହାସହ ମହାରାଷ୍ଟ୍ରର ଅନ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଏଭଳି ଯୋଜନା ଆରମ୍ଭ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ଓ ଖୁବ ଶୀଘ୍ର ଏହି ଯୋଜନା ମହାରାଷ୍ଟ୍ରର ଅନ୍ୟ କେତେକ ସହରରେ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ସୂଚନା ଯୋଗ୍ୟ, ଶିବସେନା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସ୍ୱଳ୍ପ ଟଙ୍କାରେ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଘୋଷଣା କରିଥିଲା। ଏହି ଯୋଜନା ମହାରାଷ୍ଟ୍ରର ମହାବିକାଶ ଅଘାଡ଼ି ସରକାରର ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମର ଏକ ଅଂଶ ଥିଲା।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories