www.samajalive.in
Wednesday, December 10, 2025
14.1 C
Bhubaneswar

ବାରବାଟୀ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆର ଅଭ୍ୟାସ, ମ୍ୟାଚକୁ ନେଇ ଆଡ୍‌ଭାଇଜରୀ ଜାରି କଲେ ପୁଲିସ୍‌ କମିଶନର

କଟକ: ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ମ୍ୟାଚକୁ ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ଶନିବାର ଅଭ୍ୟାସ ପାଇଁ ବାରବାଟୀ ଷ୍ଟାଡିୟମରେ ଟିମ୍‌ ଇଣ୍ଡିଆ ପହଞ୍ଚିଛି। କଡ଼ା ସୁରକ୍ଷା ମଧ୍ୟରେ ସ୍ୱତନ୍ତ୍ର ବସ୍ ଯୋଗେ ବାରବାଟୀ ଷ୍ଟାଡିୟମରେ ଟିମ୍ ଇଣ୍ଡିଆର ଖେଳାଳିମାନେ ପହଞ୍ଚିଲା ପରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଅପରାହ୍ନ ୧ଟା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଅଭ୍ୟାସ କରିବ। ଏହା ପରେ ୱେଷ୍ଟଇଣ୍ଡିଜ ଟିମ୍ ବାରବାଟୀ ଷ୍ଟାଡିୟମରେ ପହଞ୍ଚି ଅପରାହ୍ନ ୨ଟାରୁ ୫ଟା ପର୍ଯ୍ୟନ୍ତ ଅଭ୍ୟାସ କରିବ।

ଆସନ୍ତାକାଲି ହେବାକୁ ଥିବା ମ୍ୟାଚ ପାଇଁ ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଡ୍‌ଭାଇଜରୀ ଜାରି କରିଛନ୍ତି। ଦର୍ଶକମାନେ କେଉଁ ଗ୍ୟାଲେରୀରେ ପହଞ୍ଚିବା ପାଇଁ କେତେ ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ ସେ ନେଇ  ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ନୂଆ ଓ ପୁରୁଣା ପାଭିଲିୟନ୍ ଓ ପ୍ରେସ୍ ବକ୍ସକୁ ଯିବା ପାଇଁ ଗେଟ୍ ନମ୍ବର ୧ ଦେଇ ଯିବାକୁ ପଡ଼ିବ। ସେହିପରି ଗ୍ୟାଲେରୀ ୫କୁ ଯିବା ପାଇଁ ଗେଟ୍ ନମ୍ବର ୨, ସ୍ପେଶାଲ ଏନ୍‌କ୍ଲୋଜରରେ ପହଞ୍ଚିବା ପାଇଁ ୩ ନମ୍ବର ଗେଟ୍, ଗ୍ୟାଲେରୀ ୬ ପାଇଁ ୪ ନମ୍ବର ଗେଟ୍ ଏବଂ ସ୍ପେଶାଲ୍‌ ଏନ୍‌କ୍ଲୋଜର୍‌ ବ୍ଲକ୍‌ ‘ଈ’ ପାଇଁ ୫ ନମ୍ବର ଗେଟ୍ ଦେଇ ଦର୍ଶକ ପ୍ରବେଶ କରିବେ।

- Advertisement -

ଏତତ୍ ବ୍ୟତୀତ ଗ୍ୟାଲେରୀ ୧ ପାଇଁ ୯ ନମ୍ବର ଗେଟ୍, ଗ୍ୟାଲେରୀ ୨ ପାଇଁ ୧୦ ନମ୍ବର ଗେଟ୍, ଗ୍ୟାଲେରୀ ୩ ପାଇଁ ଗେଟ୍ ନମ୍ବର ୧୨ ଓ ଗ୍ୟାଲେରୀ ୪ ପାଇଁ ୧୩ ନମ୍ବର ଗେଟ୍‌ରେ ଦର୍ଶକଙ୍କୁ ଯିବା ପାଇଁ ନିର୍ଦ୍ଦେଶ ରହିଛି। ଏହା ସହ ବାରବାଟୀ ଷ୍ଟାଡିୟମରେ ପୁଲିସ୍‌ ହେଲ୍‌ପ୍‌ ଡେସ୍କ ମଧ୍ୟ ରହିବ। ଆବଶ୍ୟକ ପଡିଲେ ଦର୍ଶକମାନେ ସାହାଯ୍ୟ ଦେଇ ପାରିବେ। ଷ୍ଟାଡିୟମ ସୁରକ୍ଷା ପାଇଁ ୮୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories