ଆସନ୍ତାକାଲି ଆସୁଛନ୍ତି ନୂଆ ରାଜ୍ୟପାଳ 

0

ଭୁବନେଶ୍ୱର : ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ଗଣେଶି ଲାଲ୍‍ ଆସନ୍ତା କାଲି(ସୋମବାର) ଭୁବନେଶ୍ୱର ଆସୁଛନ୍ତି । ରାଜ୍ୟପାଳ ଭୁବନେଶ୍ୱରରେ ପହଞ୍ଚିବା ପରେ ଶପଥ ଗ୍ରହଣ ଉତ୍ସବ ନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ରାଜ ଭବନ ପକ୍ଷରୁ ଶପଥ ଗ୍ରହଣ ଉତ୍ସବ ନେଇ  ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ସତ୍ୟପାଲ ମଲ୍ଲିକ ରବିବାର ପାଟନା ପ୍ରତ୍ୟାବର୍ତ୍ତନ କରୁଛନ୍ତି । ସୋମବାର ନୂଆ ରାଜ୍ୟପାଳ ଭୁବନେଶ୍ୱରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୨୧ ତାରିଖରେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ।

Leave A Reply