ଧାର୍ମିକ ମାନ୍ୟତା ଅନୁଯାୟୀ, ଶୁକ୍ରବାର ମା’ଲକ୍ଷ୍ମୀ ଓ ମା’ ସନ୍ତୋଷୀଙ୍କୁ ପୂଜାର୍ଚ୍ଚନା କଲେ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଏହି ଦିନ ବହୁ ଲୋକେ ମା’ ସନ୍ତୋଷୀଙ୍କର ବ୍ରତ ମଧ୍ୟ ରଖିଥାଆନ୍ତି। ବିଶେଷ କରି ଶୁକ୍ରବାର ଦିନ ମହିଳା ଓ କନ୍ୟାମାନେ ବ୍ରତ ପାଳନ କରିଥାଆନ୍ତି। ଏହି ବ୍ରତ କରିବା ଦ୍ୱାରା ମା’ଙ୍କ ଆଶୀର୍ବାଦ ମିଳିଥାଏ। ମା’ଙ୍କ କୃପାରୁ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ। ଶୁକ୍ରବାରରେ ଏପରି କେତେକ ବିଶେଷ ଉପାୟ ରହିଛି, ଯାହାକୁ ପାଳନ କରିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବା ସହ ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ ….
ଶୁକ୍ରବାର ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରନ୍ତୁ। ଏପରି କରିବା ଦ୍ୱାରା ମା’ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥାଆନ୍ତି। ତାଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ। ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ଶୁକ୍ରବାର ଦିନ ହଳଦିଆ କପଡ଼ାରେ ହଳଦିଆ କଉଡ଼ି, ସାମାନ୍ୟ କେସର , ଏକ ଚାନ୍ଦି ଟଙ୍କା ବାନ୍ଧି ନିଜ ଆଲମିରାରେ ରଖନ୍ତୁ। ଏହି ଉପାୟ କିଛି ଶୁକ୍ରବାର ଲଗାତର କରିବା ଦ୍ୱାରା ଆପଣଙ୍କ ଗୃହରେ କଦାପି ଟଙ୍କାର ଅଭାବ ରହିବ ନାହିଁ।
ଶୁକ୍ରବାର ଦିନ ଐଶାନ୍ୟ କୋଣରେ ଗାଈ ଘିଅରେ ଲାଲ ରଙ୍ଗର ସଳିତାରେ ଦୀପ ଲଗାନ୍ତୁ। ଏହାର ଖୁବ ଶୁଭଫଳ ଆପଣଙ୍କୁ ମିଳିବ।
ଶୁକ୍ରବାର ଦିନ ୩ଟି କୁଆଁରୀ କନ୍ୟାଙ୍କୁ ଖିରୀ ଖୁଆନ୍ତୁ। ଏହାପରେ ତାଙ୍କୁ ଦକ୍ଷିଣା ଓ ହଳଦିଆ ବସ୍ତ୍ର ମଧ୍ୟ ଉପହାରରେ ଦିଅନ୍ତୁ। କୁଆାଁରୀ କନ୍ୟା ଦେବୀଙ୍କ ଏକ ରୂପ ବୋଲି କୁହାଯାଏ।
ଶୁକ୍ରବାର ବିଶେଷ; ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଉପାୟ
Popular Categories



