ପିଲା ଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ଼

0

ବ୍ରହ୍ମପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁଶଢ଼ିପା ଗ୍ରାମବାସୀମାନେ ଏକ ଯୁବକକୁ କାବୁ କରି ନିଧୁମ ଛେଚିଛନ୍ତି। ଯୁବକ ଜଣଙ୍କ ଖୋର୍ଦ୍ଧା ଅଞ୍ଚଳର ରାଜେଣ ସ୍ୱାଇଁ ବୋଲି ଜଣା ପଡ଼ିଛି। ଖଲ୍ଲିକୋଟ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ଯୁବକ ଜଣଙ୍କୁ ଉଦ୍ଧାର କରିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୬ ଜଣ ଚୋର ଗ୍ରାମ ଭିତରକୁ ପଶି ଆସିଥିଲେ। ୫ଜଣ ଚୋର ଖସି ପଳାଇଥିବା ବେଳେ ଗ୍ରାମବାସୀମାନେ ଜଣଙ୍କୁ କାବୁ କରିନେଇଥିଲେ। ସାରା ରାଜ୍ୟରେ ପିଲା ଚୋରୀର ଗୁଜବ ହେଉଥିବା ବେଳେ ଏପରି ଘଟଣାକୁ ନେଇ ଏହି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି।

Leave A Reply