୪ଗାଡ଼ି ମୁହାଁମୁହିଁ ଧକ୍କା: ୧୧ମୃତ, ୨୦ ଆହତ
ମୁମ୍ବଇ/ ହାଇଦରାବାଦ: ଶନିବାର ହାଇଦରାବାଦଠାରୁ ୫୫କିମି ଦୂର ତେଲେଙ୍ଗାନା ଅନ୍ତର୍ଗତ ସିଦ୍ଦିପେଟ୍ ଜିଲାର ରାଜୀବ ରାହାଦାରୀ ରାଜପଥରେ ଗୋଟିଏ ସରକାରୀ ଯାତ୍ରିବାହୀ ବସ୍ ସହିତ ଘରୋଇ ଟ୍ରକ୍, ଏକ ଏସ୍ୟୁଭି ଓ ଅନ୍ୟ ଏକ କଣ୍ଟେନର ଟ୍ରକ୍ ମଧ୍ୟରେ ଧକ୍କା ହୋଇ ୧୦ଜଣ ପ୍ରାଣ ହରାଇଛନ୍ତି। ଏଥିରେ ଅନ୍ୟ ୨୦ଜଣ ଆହତ ହୋଇଛନ୍ତି। ପରଷ୍ପରକୁ ଅତିକ୍ରମ କରିବାକୁ ଯାଇ ଚାରିଟି ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିଥିଲା। ଆତଙ୍କ ମଧ୍ୟରେ ଅନେକ ଗୁରୁତର ଥିବାରୁ ମୃତକଙ୍କ ମଧ୍ୟରେ ୪ଜଣ ମହିଳା ଓ ଦୁଇ ଜଣ ଶିଶୁ ଅଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି।
ସେହିପରି ମୁମ୍ବଇ-ପୁଣେ ଜାତୀୟ ରାଜପଥର ଖାଲାପୁର ନିକଟରେ ଛଅଟି ଗାଡି ପରସ୍ପର ସହ ଧକ୍କା ଖାଇବା ଫଳରେ ସେହି ରାସ୍ତାରେ ଯାତାୟାତ ପ୍ରାୟ ଦୁଇ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା। ଟୋଲ ଗେଟ୍ ନିକଟରେ ଏକ ଟ୍ରକ୍ ହଠାତ ବ୍ରେକ ମାରିବା ଫଳରେ ପଛରେ ଆସୁଥିବା ଅନ୍ୟ ପାଞ୍ଚଟି ଗାଡି ପରସ୍ପର ସହ ଧକ୍କା ଖାଇଥିଲେ। ଏଥିରେ ୧୦ ଜଣ ଆହତ ହୋଇଥିବାବେଳେ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି। ମୁମ୍ବଇ ଟ୍ରାଫିକ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ହଟାଇବାପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।