ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ଅଲୋଡା ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର କାଦପଧା ଗାଁ ପାଖ ବିଲରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି। ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଏକ ଶିଶୁର କାନ୍ଦଣା ଶବ୍ଦ ଶୁଣିବା ପରେ ଖୋଜାଖୋଜି କରି ଏକ ବିଲ ମଧ୍ୟରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଶିଶୁକନ୍ୟାର ସ୍ବାସ୍ଥ୍ୟାବସ୍ଥା ଭଲ ନଥିବାରୁ ଆଶା ଦିଦି ତାକୁ ଜଗନ୍ନାଥପ୍ରସାଦ ମେଡିକାଲ ନେଇଥିଲେ। ସେଠାରେ ପ୍ରଥମିକ ଚିକିତ୍ସା ପରେ ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଶିଶୁକନ୍ୟାକୁ ଏଠାରେ ଫୋପାଡ଼ି ଚାଲି ଯାଇଛନ୍ତି ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।



