ମାଦ୍ରିଦ : ଜାତିସଂଘର ଦୀର୍ଘତମ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ବୈଠକ ମାଦ୍ରିଦରେ କୌଣସି ବୁଝାମଣା ବିନା ଶେଷ ହୋଇଛି। ପର୍ବତର ମୂଷିକ ପ୍ରସବ ଏହି ଆଲୋଚନାରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ସଂକ୍ରାନ୍ତରେ କୌଣସି ବୁଝାମଣା ହୋଇପାରି ନାହିଁ । ଜାତିସଂଘ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ଏହି ବୈଠକରେ ଅଂଶଗ୍ରହଣ କରିଥିବା ପ୍ରାୟ ୨ଶହରୁ ଅଧିକ ଦେଶ ଅଙ୍ଗାରକାମ୍ଳ ଗ୍ୟାସ୍ ନିର୍ଗମନ ହ୍ରାସ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି। ପ୍ୟାରିସରେ ୨୦୧୫ରେ ଅନୁଷ୍ଠିତ ରାଜିନାମାରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ପାଳନ କରିବାରେ ମଧ୍ୟ ଏହା ବିଫଳ ହୋଇଛି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ୍ ପୃଥିବୀର ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧିକୁ ରୋକିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା ହୋଇଯାଇଛି ବୋଲି କହିଛନ୍ତି । ପ୍ରାୟ ଦୁଇସପ୍ତାହ ଧରି ଚାଲିଥିବା ଏହି ଆଲୋଚନା ବୈଠକ କୌଣସି ରାଜିନାମା ସ୍ୱାକ୍ଷର ହେବା ବିନା ରବିବାର ରାତିରେ ଶେଷ ହୋଇଛି ।



