www.samajalive.in
Friday, December 12, 2025
14.1 C
Bhubaneswar

ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ମ୍ୟାଚ୍‌ ଆଜି

ଚେନ୍ନଇ: ମୁମ୍ବଇରେ ୩ୟ ମ୍ୟାଚ୍‌ରେ ବିପୁଳ ବିଜୟ ସହ ଟ୍ବେଣ୍ଟି୨୦ ସିରିଜ୍ ଜିତିବା ପରେ ଦିନିକିଆ ସିରିଜ୍‌ରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ଦଳର ମୁକାବିଲା କରିବାକୁ ଯାଉଛି ଘରୋଇ ଭାରତ। ରବିବାର ଏଠାରେ ୩ ମ୍ୟାଚ୍ ବିଶିଷ୍ଟ ଦିନିିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ ଖେଳାଯିବ। ୨ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍‌ସମ୍ୟାନ୍‌ଙ୍କ ବିସ୍ଫୋରକ ପ୍ରଦର୍ଶନ ଭାରତ ପାଇଁ ଏକ ଝଟ୍‌କା ଥିଲା। ତେବେ ୩ୟ ଦିନିକିଆରେ ଭାରତର ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମା (୭୧), କେ.ଏଲ୍‌. ରାହୁଲ (୯୧) ଓ ବିରାଟ କୋହଲି (ଅପରାଜିତ ୭୦) ଅର୍ଦ୍ଧଶତକ ହାସଲ କରିଥିଲେ। ଦିନିକିଆ ସିରିଜ୍‌ ପୂର୍ବରୁ ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ଏପରି ପ୍ରଦର୍ଶନ ବିରାଟ ବାହିନୀଙ୍କୁ ଉତ୍ସାହିତ କରିଛି ନିଶ୍ଚୟ। ପ୍ରଥମ ୨ଟି ମ୍ୟାଚ୍‌ରେ ଦୁର୍ବଳ ବୋଲିଂ ଓ ଫିଲ୍‌ଡିଂ ଯୋଗୁଁ ଚାପରେ ଥିବା ଭାରତୀୟ ଦଳ ୩ୟ ମ୍ୟାଚ୍‌ରେ ସମସ୍ତ ତ୍ରୁଟିକୁ ସୁଧାରି ପାରିଥିଲେ। ଏହି ମ୍ୟାଚ୍‌ରେ ବର୍ଷା ଆଶଙ୍କା ରହିଛି।

ତେବେ ଟ୍ବେଣ୍ଟି୨୦ ସିରିଜ୍‌କୁ ଅତୀତ ଭାବି ଦିନିକିଆରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବ ଇଣ୍ଡିଜ୍। ଦିନିକିଆ ସିରିଜ୍‌ରେ ବ୍ୟାଟ୍‌ସମ୍ୟାନଙ୍କ ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍ ମଧ୍ୟ ଭାରତକୁ ଚକ୍‌ମା ଦେବାର ପ୍ରୟାସ କରିବ। ତେବେ ୩ୟ ଟି୨୦ ମ୍ୟାଚ୍‌ରେ ଆହତ ହୋଇଥିବା ଓପ୍‌ନର ଏଭିନ୍ ଲୁଇସ୍‌ଙ୍କ ଖେଳିବା ସମ୍ଭାବନା କମ୍। ଫଳରେ ଲେଣ୍ଡଲ ସିମନ୍‌ସଙ୍କ ସହ ବ୍ରାଣ୍ଡନ୍ କିଙ୍ଗ୍ ଇନିଂସ ଓପନ୍ କରିପାରନ୍ତି। ସାଇ ହୋପ୍ ଦଳକୁ ଫେରି ୱିକେଟ ରକ୍ଷଣ କରିପାରନ୍ତି। ଫଳରେ ନିକୋଲାସ୍ ପୁରନ୍ ବ୍ୟାଟ୍‌ସମ୍ୟାନ୍ ଭାବେ ଖେଳିବେ। ଟ୍ବେଣ୍ଟି୨୦ ସିରିଜ୍‌ରେ ସିମ୍ରନ୍ ହେତ୍‌ମେୟର ଓ ଅଧିନାୟକ କୈରନ୍ ପୋଲାର୍ଡ ସେମାନଙ୍କ ବ୍ୟାଟିଂ ଫର୍ମ ଦେଖାଇ ପାରିଛନ୍ତି। ଉଭୟଙ୍କ ପ୍ରତି ଭାରତୀୟଙ୍କୁ ସତର୍କ ରହିବାକୁ ପଡ଼ିବ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories