www.samajalive.in
Friday, December 12, 2025
14.1 C
Bhubaneswar

ସିଏଏ ବିରୋଧୀ ହିଂସା: ପଶ୍ଚିମବଙ୍ଗରେ ୨୫ ବସ୍‌ ପୋଡ଼ିଲେ ବିକ୍ଷୋଭକାରୀ, ଆଇନରେ ପରିବର୍ତ୍ତନ ପାଇଁ ଶାହାଙ୍କ ସଙ୍କେତ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ହିଂସା ଜାରି ରହିଛି। ପଶ୍ଚିମବଙ୍ଗରେ ବିକ୍ଷୋଭକାରୀମାନେ ବର୍ତ୍ତମାନ ସୁଦ୍ଧା ୨୫ଟି ବସ୍‌ ପୋଡ଼ିଦେଇଛନ୍ତି। ଏହାବ୍ୟତୀତ ୩ଟି ରେଳ ଷ୍ଟଶନ ଏବଂ ୨୦ଟି କୋନାରେ ନିଆଁ ଲଗାଇ ଦେଇଛନ୍ତି। ଏହି କାରଣରୁ ୨୮ଟି ଏକ୍ସପ୍ରେସ ସମେତ ୭୮ ଟ୍ରେନ ଚଳାଚଳକୁ ବାତିଲ କରିଦିଆଯାଇଛି। ସେହିପରି ଆସାମ ଏବଂ ତ୍ରିପୁରା ସମେତ ଦିଲ୍ଲୀର କିଛି ଅଞ୍ଚଳରେ ପ୍ରବଳ ବିକ୍ଷୋଭ କରାଯାଇଛି। ଏପରି ହିଂସାତ୍ମକ ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାର ଆଇନରେ କିଛିଟା ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ଜଣାପଡ଼ିଛି। ଗୃହ ମନ୍ତ୍ରୀ ଅମିତ ଶାହା ଏ ନେଇ ସଙ୍କେତ ମଧ୍ୟ ଦେଇଛନ୍ତି।

ଝାଡ଼ଖଣ୍ଡରେ ଶାହା ଏକ ନିର୍ବାଚନୀ ରାଲିରେ କହିଛନ୍ତି ଯେ ଖ୍ରୀଷ୍ଟମାସ ପରେ ସେ ଏହି ପ୍ରସଙ୍ଗ ଉପରେ ବିଚାର କରିପାରନ୍ତି। ଆଇନ ଯୋଗୁ କାହାର ସଂସ୍କୃତି, ଭାଷା ଏବଂ ସାମାଜିକ ପରିଚୟ ଓ ରାଜାନୖତିକ ଅଧିକାର ପ୍ରଭାବିତ ହେବ ନାହିଁ ବୋଲି ଶାହା ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଲୋକଙ୍କୁ ଭରସା ଦେଇଛନ୍ତି। ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସଙ୍ଗମା ଏବଂ ତାଙ୍କ ସରକାରର ଅନେକ ମନ୍ତ୍ରୀ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୋତେ ଭେଟିଛନ୍ତି। ଆଇନକୁ ନେଇ ମେଘାଳୟରେ ସମସ୍ୟା ରହିଥିବା ସେମାନେ କହିଛନ୍ତି। ଏହା ସହିତ ଏଥିରେ କିଛି ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଖ୍ରୀଷ୍ଟମାସ ପରେ ଏ ସମ୍ପର୍କରେ ଆଲୋଚନା ପାଇଁ  ସାଙ୍ଗମାଙ୍କୁ ମୁଁ ପ୍ରତିଶ୍ରୁତି ଦେଇଛି ବୋଲି ଶାହା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories