କଟକ : କଟକ ଜିଲା ବଡ଼ମ୍ବା ଥାନା ଅନ୍ତର୍ଗତ ରତାପାଟ ହାଡ଼ୁଆ ନାଳ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଅଜଣା ଗାଡ଼ି ଧକ୍କାରେ ୨ ମହିଳାଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ୨ ମହିଳା ନାଳରେ ଗାଧୋଇ ରାସ୍ତାରେ ଯିବାବେଳେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ଘର ରତାପାଟରେ ବୋଲି ଜଣାପଡ଼ିଛି। ଉକ୍ତ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। କ୍ଷତିପୂରଣ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିବା ନେଇ ସୂଚନା ମିଳିଛି।
ଏମିତି ବି ଆସେ ମୃତ୍ୟୁ ; ଗାଧୋଇ ସାରି ଫେରୁଥିଲେ ମାଡ଼ିଗଲା ଅଜଣାଗାଡ଼ି
Popular Categories



