ଜନ କଲ୍ୟାଣ ସମାବେଶ ପୂର୍ବର କିଛି ଦୃଶ୍ୟ…..

0

କଟକ: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ କଟକ ବାଲିଯାତ୍ରା ପଡିଆରେ ଜନ କଲ୍ୟାଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ  ଜୋରଦାର ପ୍ରସ୍ତୁତି କରାଯାଇଥିଲା ।  ସୁଦୃଶ ପାଣ୍ଡାଲ ସହ ଏଠାକୁ ଆସିଥିବା ଲୋକଙ୍କ ପାଇଁ ବିଭିନ୍ନ  ବ୍ୟବସ୍ଥା କରାଯାଇଥିଲା । ପ୍ରବଳ ଗରମ ଓ ଗୁଳୁଗୁଳି ସତ୍ତ୍ୱେ ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ କଟକ ଆସିଥିଲେ । ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଏବଂ ତାଙ୍କ ଭାଷଣ ଶୁଣିବା ପାଇଁ  ସଭାସ୍ଥଳରେ ଅପେକ୍ଷା କରି ରହିଥିଲେ । ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ସେଠାକାରୁ ବିଭିନ୍ନ ଦୃଶ୍ୟକୁ  କ୍ୟାମେରାରେ ଉତ୍ତୋଳନ କରିଥିଲୁ । ମୋଦିକୁ ଦେଖିବାକୁ ଓ ତାଙ୍କର ଉଦ୍‌ବୋଧନ ଶୁଣିବା ପାଇଁ ଆସିଥିବା ବିିଭିନ୍ନ ଲୋକଙ୍କର ମତାମତ ନେଇଥିଲୁ ….

ଜନ କଲ୍ୟାଣ ସମାବେଶକୁ ଆସିଥିବା ଲୋଙ୍କର ପ୍ରତିକ୍ରିୟା…

କଟକକୁ ପ୍ରଧାନମନ୍ତ୍ରୀ ଆସୁଥିବାରୁ ବହୁତ ଖୁସୀ ଲାଗୁଛି ଏବଂ ମୋଦିଙ୍କୁ ଦେଖିବାକୁ କିଲ୍ଲା ପଡିଆରେ ଲୋକଙ୍କ ଭିଡ ଜମିଛି ।  ବେପାର ମଧ୍ୟ ଭଲ ହେଉଛି ।                                             ଗଙ୍ଗାଧର ସାହୁ(ବ୍ୟବସାୟୀ, ଚାନ୍ଦିନଚୌକ)

 

 

ଜନ କଲ୍ୟାଣ ସମାବେଶରେ ଯୋଗ ଦେବାକୁ ମୋଦି କଟକ ଆସିବାରୁ ଏଠାରୁ ବେପାରୀମାନଙ୍କୁ ହଟାଇ ଦିଆଯାଉଛି । ଯାହାଦ୍ବାରା ବେପାର ଅଧିକ ହେବା ପରିବର୍ତ୍ତେ କ୍ଷତି ସହିବାକୁ ପଡୁଛି । ତେବେ ମୋଦି କଟକ ଆସି ଆମର କ’ଣ ଲାଭ ?

ପବିତ୍ର ପ୍ରଧାନ(ବ୍ୟବସାୟୀ, ଚୌଦ୍ବାର)

କିଲା ପଡିଆର ଗୋଟିଏ ପାର୍ଶ୍ବରେ ମହାସମାବେଶ ଉତ୍ସବରେ ବିଜେପିର କର୍ମୀ ଓ ନେତାମାନେ ମସଗୁଲ ଥିବା ବେଳେ ଅପରପାର୍ଶ୍ବରେ ଅନ୍ୟ ଏକ ଚିତ୍ର ଦେଖିବାକୁ ମିଳିଥିଲା। ଏକ ଦମ୍ପତ୍ତି ପ୍ରଧାନ ମନ୍ତ୍ରୀ ମୋଦିଙ୍କ ନିକଟରେ ନିଜର ଦାବି ପହଞ୍ଚାଇବାକୁ ଚାହୁଁଥିଲେ । ଖୋର୍ଦ୍ଧାର ଅର୍ଚ୍ଚନା ମହାରଣା ୨୦୦୫ ମସିହାରେ କ୍ୟାପିଟାଲ ହସ୍ପିଟାଲରେ ଏକ ଶିଶୁପୁତ୍ରଙ୍କୁ ଜନ୍ମ ଦେଇଥିଲେ । କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ଅବହେଳା କାରଣରୁ ନବଜାତ ଶିଶୁପୁତ୍ର ବିକଳାଙ୍ଗ ହୋଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ସେମାନେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟକୁ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ କୌଣସି ଉତ୍ତର ପାଇନଥିଲେ । ତେଣୁ କ୍ଷତିପୂରଣ ଦାବିରେ ସମାବେଶର ସମ୍ମୁଖ ପଡିଆରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି ।                                                                                             (ଅର୍ଚନା ମହାରଣା, ଖୋର୍ଦ୍ଧା)

ମହାନଦୀ ଜଳ ସମସ୍ୟାକୁ ନେଇ ଲୋକଙ୍କ ମତ

ଫେମିନା ରାଏ(କଟକ): ମହାନଦୀ ଜଳ ବିବାଦ ସମସ୍ୟାର ସମାଧାନ ଯଥାସମ୍ଭବ ହେଲେ ଭଲ ହେବ । ନହେଲେ ମୋଦି ପ୍ରଧାନମନ୍ତ୍ରୀ ହୋଇ ଲାଭ କ’ଣ ହେବ ? ଭାଷଣ କେବଳ ଭାଷଣରେ ହିଁ ରହିଯିବ ।

ରଞ୍ଜିତା ସେଠୀ(କଟକ): ୪ ବର୍ଷ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ବହୁତ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ଖୁବ୍ ଶୀଘ୍ର କରିବେ ବୋଲି ଆମର ଆଶା ରହିଛି ।

ନିମ୍ନରେ ଫଟୋରେ ଦେଖନ୍ତୁ ଜନ କଲ୍ୟାଣ ସମାବେଶର ଆଉ କିଛି ଦୃଶ୍ୟ

ମୋଦି ମାନିଆ……

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ସ୍ବାଗତ ପାଇଁ ନୃତ୍ୟ କରିବାକୁଆସିଥିବା କଳାକାର…

 

ଗରମରେ ଥଣ୍ଡା କୁଲଫିର ମଜା…..

 

ଜମୁଛି ବେପାର………

 

ଅସହ୍ୟ ଗରମ ଓ ଗୁଳୁଗୁଳି…

 

ସଭା ମଝିରେ ଖବର ଉପରେ ନଜର…

 

 ଟ୍ରାଫିକ କଟକଣା.. ବିକଳ୍ପ ରାସ୍ତା ତଲାସରେ   ସହରବାସୀ….

ତନତନ କରି ଯାଞ୍ଚ କରୁଛି ପୁଲିସ……

ସଭାସ୍ଥଳ ନିକଟରେ ଅନେକ ଖୋଲା ସ୍ଥାନ ପାଲଟିଛି ଅସ୍ଥାୟୀ ପାର୍କିଂସ୍ଥଳ…..

 

 

Leave A Reply