www.samajalive.in
Sunday, December 14, 2025
18.1 C
Bhubaneswar

ମାର୍କ ବାଉଚର ଦକ୍ଷିଣ ଆଫ୍ରିକାର ମୁଖ୍ୟ ପ୍ରଶିକ୍ଷକ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ପୂର୍ବତନ ୱିକେଟ କିପର ବ୍ୟାଟ୍ସମ୍ୟାନ ମାର୍କ ବାଉଚର ଶନିବାର ଦକ୍ଷିଣ ଆଫ୍ରିକାର ମୁଖ୍ୟ ପ୍ରଶିକ୍ଷକ
ନିଯୁକ୍ତ ହୋଇଛନ୍ତି। ଏନେଇ କ୍ରିକେଟ୍ ଦକ୍ଷିଣ ଆଫ୍ରିକା (ସିଏସଏ)ର କାର୍ୟ୍ୟକାରୀ କ୍ରିକେଟ୍ ନିର୍ଦ୍ଦେଶକ ଗ୍ରେମ୍ ସ୍ମିଥ୍ ସୂଚନା ଦେଇଛନ୍ତି। ବାଉଚର ୨୦୨୩ପର୍ୟ୍ୟନ୍ତ ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦରେ ରହିବେ।

ବାଉଚରଙ୍କର ନେତୃତ୍ବରେ ଦକ୍ଷିଣ ଆଫ୍ରିକା ଦଳ ଇଂଲଣ୍ଡ ବିପକ୍ଷରେ ଆଗାମୀ ଚାରୋଟି ଟେଷ୍ଟ, ତିନୋଟି ଏକଦିବସୀୟ ଏବଂ ତିନୋଟି ଟ୍ବେଣ୍ଟି-୨୦ ମ୍ୟାଚର ସିରିଜ ଖେଳିବ।

- Advertisement -

ମାର୍କ ବାଉଚର ଦକ୍ଷିଣ ଆଫ୍ରିକା ପକ୍ଷରୁ କ୍ରିକେଟ ଖେଳି ୱିକେଟ କିପର ଭାବେ ଅନେକ କିର୍ତ୍ତୀମାନ ନିଜ ନାମରେ କରିଛନ୍ତି। ସେ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୦୧୧ ଅକ୍ଟୋବର ୨୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ୱିକେଟ କିପର ଭାବେ ୫୩୨ଟି କ୍ୟାଚ ଧରିବା ସହ ୨୩ ଷ୍ଟମ୍ପିଂ କରିଥିଲେ। ବାଉଚର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୧୪୭ଟି ଟେଷ୍ଟ ମ୍ୟାଚରେ ୫୫୧୫ରନ କରିଛନ୍ତି। ସେହିଭଳି ୨୯୫ଟି ଦିନିକିଆରେ ୪୬୮୬ରନ ଏବଂ ୨୫ଟି ଟ୍ବେଣ୍ଟି-୨୦ ମ୍ୟାଚ ଖେଳି ୨୬୮ରନ କରିଛନ୍ତି। ଏକ ଟୁର୍ ମ୍ୟାଚରେ ୱିକେଟକିପିଙ୍ଗ୍ କରୁଥିବା ବେଳେ ତାଙ୍କ ଆଖିରେ ଆଘାତ ଲାଗିଥିଲା। ଯାହା ଫଳରେ ସେ ପରବର୍ତ୍ତି ସମୟରେ କ୍ରିକେଟରୁ ଅବସର ନେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories