www.samajalive.in
Monday, December 15, 2025
16.1 C
Bhubaneswar

ଘରୁ ନକରାତ୍ମକ ଶକ୍ତି ଦୂର କରିବାର ସହଜ ଉପାୟ

ଘରେ ନକରାତ୍ମକ ଶକ୍ତି ବାସ କଲେ ଜୀବନରେ ସମସ୍ୟା ହିଁ ସମସ୍ୟା ଦେଖା ଦେଇଥାଏ। ଘରେ ନକରାତ୍ମକ ଶକ୍ତିର ବାସକୁ କେହି ଅନୁଭବ କରି ପାରନ୍ତି ତ ଆଉ କିଏ ପାରନ୍ତି ନାହିଁ। ଯଦି ଆପଣ ନିଜ ଘରେ ନକରାତ୍ମକ ଶକ୍ତି ଥିବା ଜାଣିବାକୁ ପାଉଛନ୍ତି ଏବଂ ଘରୁ ଏହି କୁଶକ୍ତିକୁ ବାହାର କରିବାକୁ ଚାହୁଁଛନ୍ତି ତେବେ ନିମ୍ନ ଲିଖିତ ଉପାୟ ଆପଣାନ୍ତୁ।

ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାକୁ ଚାହୁଁଥିଲେ ପ୍ରତିଦିନ ଘରେ ୫ଟି ପବିତ୍ର ସାମଗ୍ରୀର ଧୂଆଁ ଦିଅନ୍ତୁ। ଏହି ୫ଟି ସାମଗ୍ରୀ ହେଲା କର୍ପୂର, ଦେଶୀ ଘିଅ, ଚନ୍ଦନ, ଝୁଣା ଏବଂ ଗୁଗ୍ଗଳ। ପ୍ରଥମେ ଘରେ ଗାଈର ଗୋବରରେ ପ୍ରସ୍ତୁତ ଏକ ଜାଳେଣୀ ଜଳାନ୍ତୁ। ତାହା ଜଳିଯିବା ପରେ ସେଥିରେ ଏହି ୫ଟି ସାମଗ୍ରୀ ପକାଇଦିଅନ୍ତୁ। ଏହା ପରେ ଯେଉଁ ଧୂଆଁ ବାହାରିବ ସେହି ଧୂଆଁକୁ ଘରର ଚାରିଆଡ଼େ ଖେଳାଇ ଦିଅନ୍ତୁ।

- Advertisement -

ଏହି ୫ଟି ସାମଗ୍ରୀ ଖୁବ୍ ପବିତ୍ର ବୋଲି ବିଶ୍ବାସ ରହିଛି। ଏଥିରୁ ବାହାରୁଥିବା ଧୂଆଁ ଘରର ବାତାବରଣକୁ ପବିତ୍ର କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଧୂଆଁ ପ୍ରଭାବରେ ଘରେ ଥିବା ସୂକ୍ଷ୍ମ କୀଟାଣୁ ନଷ୍ଟ ହୋଇଯାଇଥାଏ ଏବଂ ବାସ୍ତୁ ଦୋଷର ପ୍ରଭାବ ମଧ୍ୟ ଶେଷ ହୋଇଯାଏ। ଏହା ସହିତ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଏ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories