BJD Bijuli 480×75 Mob

ଟ୍ରକ ସହ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା , ୨ ଚାଳକ ମୃତ

BJD Bijuli 480×75 Mob

ସମ୍ବଲପୁର : ସମ୍ବଲପୁର ଜିଲା ୫୫ ନମ୍ବର ଜାତୀୟ ରାଜପଥ ଯୁଯୁମରା ଥାନା ସମ୍ମୁଖରେ ଶନିବାର ସକାଳେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ପୁଲିସ ଠାରୁ ଜଣାପଡ଼ିଛି। ସୂଚନା ଯୋଗ୍ୟ, ଲୁହାପଥର ବୋଝେଇ ଟ୍ରକ ସହ ଗ୍ୟାସ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

ପରସ୍ପରଧକ୍କା ପରେ ୨ଟି ଗାଡ଼ି ଜଳିଯିବା ସହ ଉଭୟ ଗାଡ଼ିର ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଦୁର୍ଘଟଣା ପରେ ଗ୍ୟାସ ଟ୍ୟାଙ୍କରରୁ ଗ୍ୟାସ ଲିକ୍‍ ହେଉଥିବାରୁ ରାସ୍ତାକୁ କର୍ଡ଼ନ ସହ ଦୁର୍ଘଟଣାସ୍ଥଳ ସିଲ କରାଯାଇଛି। ଏହା ସହ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଗ୍ୟାସ ଲିକ ହେଉଥିବାରୁ କୌଣସି ଅଘଟଣ ନଘଟିବା ପାଇଁ ସ୍ଥାନୀୟ ଅଞ୍ଚଳର କିଛି ପରିବାରକୁ ସେଠାରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଗ୍ୟାସ ଲିକ ରୋକିବା ପାଇଁ ପୁଲିସ ପେଟ୍ରୋଲିୟମ କମ୍ପାନୀର କର୍ମଚାରୀଙ୍କ ସହାୟତା ନେଇଥିବା ସୂଚନା ମିଳିଛି।

Comments are closed.