www.samajalive.in
Saturday, December 13, 2025
18.1 C
Bhubaneswar

ମହୌଷଧୀ ସୁଣ୍ଠି

ସୁଣ୍ଠି ଏପରି ଏକ ଜିନିଷ ଯାହା ଏକାଧିକ କାର୍ୟ୍ୟରେ ଲାଗିଥାଏ। ଏହା ଏକ ଭଲ ଘରୋଇ ଔଷଧ ଭାବେ ବ୍ୟବହୃତ ହେଉଥିବା ବେଳେ ଖାଦ୍ୟର ସ୍ବାଦ ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଖାସ୍‌ କରି ଶୀତ ଦିନେ ସୁଣ୍ଠିର ବ୍ୟବହାର ଦ୍ବାରା ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ସୁଣ୍ଠିର ଉପକାରୀ ଗୁଣ ବିଷୟରେ-

-ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ସୁଖିଲା ଅଦା ବା ସୁଣ୍ଠି ଖୁବ୍ ଲାଭଦାୟକ। ସୁଣ୍ଠି ଏବଂ ଜାଇଫଳକୁ ଗୁଣ୍ଡ କରି ରାଶି ତେଲରେ ମିଶାଇ ଯନ୍ତ୍ରଣା ହେଉଥିବା ସ୍ଥାନରେ ଲଗାଇବା ଦ୍ବାରା ଆରାମ ମିଳିଥାଏ। ଏହାବ୍ୟତୀତ ଉଷୁମ ପାଣିରେ ମହୁ ଏବଂ ସୁଣ୍ଠି ପାଉଡର ପିଇବା ଦ୍ବାରା ବହୁତ ଲାଭ ମିଳିଥାଏ।
-ସୁଣ୍ଠି, ହେଙ୍ଗୁ ଏବଂ ଲୁଣ ମିଶାଇ ଖାଇବା ଦ୍ବାରା ଗ୍ୟାସ୍ ସମସ୍ୟା ଦୂର ହୋଇଥାଏ।
-ସୁଣ୍ଠି ପାଚନ କ୍ରିୟାକୁ ଉତ୍ତମ କରିବା ସହ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।
-ଅଦାରେ ଥିବା ଥର୍ମୋଜେନିକ ଏଜେଟ ନାମକ ତତ୍ତ୍ବ ମୋଟାପଣ ଦୂର କରିବାରେ ସାହାଯ୍ୟ କରିଥାଏ।
-ଏହା ଝାଳ ବାହାର କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ବାରା ଶରୀରର ତାପମାତ୍ରା କମ୍ ହେବା ସହ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ।
-ସୁଣ୍ଠିକୁ କ୍ଷୀରରେ ଫୁଟାଇ ଥଣ୍ଡା କରି ପିଇବା ଦ୍ବାରା ହାକୁଟି ବନ୍ଦ ହୋଇଯାଇଥାଏ।
-ମୁଣ୍ଡବିନ୍ଧା, ମାଇଗ୍ରେନ୍ ଏବଂ ଶରୀରର ଯନ୍ତ୍ରଣା ହେବା ଦ୍ବାରା ସୁଣ୍ଠି ଏବଂ ପାଣିର ଲେପ ଲଗାଇବା ଦ୍ବାରା ଆରାମ ମିଳିଥାଏ। ଏହାକୁ ସୁଘିଂବା ଦ୍ବାରା ଛିଙ୍କ ଓ ମୁଣ୍ଡବିନ୍ଧାରୁ ଆରାମ ମିଳିଥାଏ।
-ଗର୍ଭବତୀ ମହିଳାମାନଙ୍କ ପାଇଁ ସୁଣ୍ଠି ଖୁବ୍ ଲାଭକାରୀ।
-ସୁଣ୍ଠିରେ କର୍କଟ ନିରୋଧୀ ଗୁଣ ରହିଥାଏ, ଯାହା କ୍ୟାନ୍ସର କୋଷିକାକୁ ବଢିବାକୁ ଦିଏନାହିଁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories