www.samajalive.in
Tuesday, December 9, 2025
23.1 C
Bhubaneswar

ମିଠାଦ୍ରବ୍ୟ ବଦଳରେ ଖାଆନ୍ତୁ ଏହି ଫଳ , ରହିବେ ସୁସ୍ଥବାନ

ସାଧାରଣ ଭାବେ ବହୁ ଲୋକେ ମିଠା ଦ୍ରବ୍ୟର ବାରମ୍ବାର ସେବନ କରିଥାଆନ୍ତି। କାର୍ଯ୍ୟ କରିବା ସମୟରେ ବହୁ ବାର ଚା’ କିମ୍ବା କଫିର ସେବନ କରିବା ମଧ୍ୟ ଏକ ପ୍ରକାର ମିଠା ସେବନ। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ତେଣୁ ଏଭଳି ଅଭ୍ୟାସ ଥିଲେ ଆପଣ କେତେକ ଫଳ ଖାଇପାରିବେ। ଯାଦ୍ୱାରା ଶରୀରର କୌଣସି କ୍ଷତି ହୋଇନଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ, ପୋଷକ ତତ୍ତ୍ୱ ଆପଣଙ୍କୁ ସୁସ୍ଥ ରଖିବ। ଜାଣନ୍ତୁ ….
ତରଭୂଜ – ତରଭୂଜରେ ପାଣିର ମାତ୍ରା ଅଧିକ ଥିବା ସହ ଏହା ଖାଇବାକୁ ମଧ୍ୟ ମିଠା ଲାଗେ। ଏହାକୁ ଖାଇଲେ ଆପଣ ଖୁବ ସତେଜ ଅନୁଭବ କରିବେ।
କମଳା – କମଳାରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି। ଏହାର ସ୍ୱାଦ ମଧ୍ୟ ଖଟା ମିଠା। ଏହାକୁ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ ଗ୍ୟାସଟିକ ଦୂର ହୋଇଥାଏ।
ସେଓ – ସେଓର ସ୍ୱାଦ ମିଠା। ଏଥିରେ ବହୁ ପରିମାଣରେ ଭିଟାମିନ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିବା ସହ ସୁସ୍ଥ ମଧ୍ୟ ରହିଥାଏ। ସେଓରେ ସାମାନ୍ୟ କଳାଲୁଣ ପକାଇ ଖାଇବା ଦ୍ୱାରା ଖାଦ୍ୟ ହଜମ ହୋଇଥାଏ।
ଷ୍ଟ୍ରବେରୀ – ଏଥିରେ ଭରପୁର ମାତ୍ରାରେ ଫାଇବର ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ତ୍ୱଚାକୁ ମଧ୍ୟ ଉଜ୍ଜଳ କରିଥାଏ।
ଜାମୁକୋଳି – ସାଧାରଣଙ୍କ ପାଇଁ ଓ ମଧୁମେହ ରୋଗୀଙ୍କ ପାଇଁ ଏହା ଖୁବ ଉପକାରୀ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories