www.samajalive.in
Monday, December 15, 2025
26.1 C
Bhubaneswar

ଲିଙ୍ଗରାଜ ମନ୍ଦିର ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବତନ୍ତ୍ର ପ୍ୟାକେଜ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ଲିଙ୍ଗରାଜ ମନ୍ଦିର ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଲିଙ୍ଗରାଜବାସୀଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ପୁରୀ ଭଳି ଲିଙ୍ଗରାଜ ପାଇଁ ତ୍ୟାଗ କରିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

୬୬ ଏକରର ପରିବ୍ୟାପ୍ତ ଏକାମ୍ରକ୍ଷେତ୍ର ପାଇଁ ଯାଜନା ଆରମ୍ଭହେବ। ଏହି ଯଜନାରେ ଲିଙ୍ଗରାଜ ଐତିହ୍ୟ, କେଦାରଗୌରୀ ଆଦି ୯ ଟି ପ୍ରକଳ୍ପ ଗୁରୁତ୍ବ ଦିଆଯାଇଛି। ସଦୃଶ୍ୟ ପ୍ରବେଶ ପଥ , ବିନ୍ଦୁସାଗର ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରାଯିବ। ଲିଙ୍ଗରାଜ ଥାନା  ଓ ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଲୟକୁ ସ୍ଥାନାନ୍ତର କରାଯିବ। ଟ୍ରାଫିକ ସମସ୍ୟା ହ୍ରାସ ପାଇଁ ତାଳେଶ୍ବର ଛକରୁ ବଢ଼େଇବାଙ୍କ ଯାଏ ରାସ୍ତା ରାସ୍ତା ନିର୍ମାଣ ହେବ। ଚାରଟି ସ୍ଥାନରେ ପାର୍କିଂ ପାଇଁ ବ୍ୟବସ୍ଥା କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଲିଙ୍ଗରାଜ ମନ୍ଦିର ଚାରିପାଖ ପରିକ୍ରମା ପାଇଁ ପଥ ନିର୍ମାଣ କରାଯିବ ।

- Advertisement -

ଜୀବିକା ହରାଉଥିବା ଉଠାଦୋକାନୀଙ୍କୁ ୨ଟି କିସ୍ତିରେ ୩୦ ହଜାର ଟଙ୍କା କ୍ଷତିପୁରଣ ଦିଆଯିବ। ଉଠା  ଦୋକାନୀମାନଙ୍କୁ  ଭେଣ୍ଡିଂ ଜୋନ କରାଯାଇ ଥଇଥାନ କରାଯିବ।  ପକ୍କାଘର ଦୋକାନ ପାଇଁ ୧୨ମାସ ଯଏ ମାସକୁ ୧୦ ହଜାର ଟଙ୍କା ଦିଆଯିବ। ସ୍ଥିତିବାନ ଓ ଆବାସିକ ପାଇଁ ଆଲୋଚନା ଦ୍ବାରା ସହାୟତା ଯୋଗାଇ ଦିଆଯିବ। ବିନ୍ଦୁସାଗର ଜଳ ପରିଷ୍କାର ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ। କେଦାରଗୌରୀ, ପାପନାସିନୀ ପୁଷ୍କରିଣୀର ପୁନରୁଦ୍ଧାର କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories