ଚନ୍ଦ୍ରଯାନ-୩ ପ୍ରସ୍ତୁତିରେ ଇସ୍ରୋ: କେନ୍ଦ୍ରକୁ ମାଗିଲା ୭୫ କୋଟି
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଏବେ ଚନ୍ଦ୍ରଯାନ-୩ର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏହି ମିଶନ ପାଇଁ ଇସ୍ରୋ ମୋଟ୍ ୬୬୬ କୋଟି ଟଙ୍କାର ବଜେଟ୍ ଧାର୍ଯ୍ୟ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାରଙ୍କୁ ୭୫ କୋଟି ଟଙ୍କା ମାଗିଛି। ଏଥିରୁ ୬୦ କୋଟି ଟଙ୍କା ଯନ୍ତ୍ରପାତି, ବିଭିନ୍ନ ଉପକରଣ ଏବଂ ଅନ୍ୟ କିଛି କାମରେ ଖର୍ଚ୍ଚ କରାଯିବ। ଏହା ସହିତ ବାକି ୧୫ କୋଟି ଟଙ୍କା ରାଜସ୍ୱ ବ୍ୟୟ ଭିତ୍ତିରେ ମଗା ଯାଇଛି।
ସୂଚନା ଅନୁସାରେ, ଚନ୍ଦ୍ରଯାନ-୩କୁ ଇସ୍ରୋ ଆସନ୍ତା ବର୍ଷ ନଭେମ୍ବର ମାସରେ ଲଞ୍ଚ୍ କରିବାକୁ ଯୋଜନା କରିଛି।
Comments are closed.