www.samajalive.in
Sunday, December 14, 2025
19.1 C
Bhubaneswar

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ

ଭୁବନେଶ୍ବର: ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୧୯୯୨ ମସିହାରୁ ଡିସେମ୍ବର ମାସ ୩ ତାରିଖ ଦିନ ପ୍ରତିବର୍ଷ ସାରାବିଶ୍ୱରେ ପାଳିତ ହୋଇଆସୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମାଜରେ ସଚେତନତା ଜାଗ୍ରତ କରିବା, ଭିନ୍ନକ୍ଷମତାକୁ ବୁଝିବା, ଗ୍ରହଣ କରିବା, ସେମାନଙ୍କର ସଫଳତା ଏବଂ ଯୋଗଦାନକୁ ମାନିବା, ମନେଇବା ଓ ସେମାନଙ୍କର ଆତ୍ମବଳ ଏବଂ ଆତ୍ମବିଶ୍ୱାସକୁ ବୃଦ୍ଧି କରିବା। ଭିନ୍ନକ୍ଷମମାନଙ୍କର ଅଧିକାରର ସୁରକ୍ଷା, ଅନ୍ତନିର୍ହିତ ଶକ୍ତିର ଉଦ୍ରେକ କରିବା, ସମାଜରେ ଏକ ଭେଦଭାବ ବିହୀନ ସମନ୍ୱୟ ସ୍ଥାପନ କରିବା ଏବଂ ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ମଧ୍ୟ ଏ ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜର ରାଜନୈତିକ, ଆର୍ଥିକ, ସାମାଜିକ ଓ ସାଂସ୍କୃତିକ, ପ୍ରତ୍ୟେକ ସ୍ତରରେ ସାମିଲ କରିବା ବିଧେୟ। ୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ, ଭାରତର ୧୨୧ କୋଟି ଲୋକଙ୍କ ମଧ୍ୟରୁ ଭିନ୍ନକ୍ଷମମାନଙ୍କ ସଂଖ୍ୟା ୨.୬୮ ପ୍ରତିଶତ। ଓଡ଼ିଶାର ସମୁଦାୟ ଜନସଂଖ୍ୟାର ୨.୯୬ ପ୍ରତିଶତ ଭିନ୍ନକ୍ଷମ ଅଟନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ର କହିବା ଅନୁଯାୟୀ ବିଶ୍ୱର ସମୁଦାୟ ଜନସଂଖ୍ୟାର ୧୫ ପ୍ରତିଶତ ଭିନ୍ନକ୍ଷମ।

ଏବର୍ଷ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ୨୦୧୯ର ପ୍ରସଙ୍ଗ ହେଉଛି “ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସହଭାଗିତା ଏବଂ ନେତୃତ୍ୱକୁ ପ୍ରେତ୍ସାହିତ କରିବା”। ଏହା ଅନ୍ତର୍ଭୁକ୍ତିକରଣ, ନ୍ୟାୟସଙ୍ଗତ ଏବଂ ସତତ ବିକାଶଲକ୍ଷ୍ୟ ୨୦୩୦ର ୧୭ଟି ଲକ୍ଷ୍ୟର କାର୍ଯ୍ୟସୂଚୀକୁ ଦୃଷ୍ଟିରେ ରଖାଯାଇଛି। ଏ ବର୍ଷର ପ୍ରସଙ୍ଗ ବିଶେଷ ଭାବରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ସଶକ୍ତୀକରଣ ଉପରେ ପ୍ରାଧାନ୍ୟ ଦିଏ, ଯାହାର ସଙ୍କଳ୍ପ ହେଉଛି ‘କାହାକୁ ବି ପଛରେ ରହିବାକୁ ଦିଆଯିବ ନାହିଁ”। ଅର୍ଥାତ ଭିନ୍ନକ୍ଷମ ବ୍ୟକ୍ତିିମାନଙ୍କର ସମ୍ପୂର୍ଣ୍ଣ ଏବଂ ପ୍ରତ୍ୟକ୍ଷ ଅଂଶଗ୍ରହଣ ବିନା କୌଣସି ନୀତି, ନିୟମ ପ୍ରସ୍ତୁତ କରିବାର ନିର୍ଣ୍ଣୟ ନିଆଯାଇପାରିବ ନାହିଁ। ଅନ୍ତର୍ଭୁକ୍ତିକରଣ ଏବଂ ସୁବିଧା, ସୁଯୋଗ ଉପଯୋଗର ବ୍ୟବସ୍ଥା ଆମମାନଙ୍କ ପାଇଁ ସବୁଠୁ ବଡ଼ ଆହ୍ୱାନ।

- Advertisement -

ପ୍ରତିଟି ମଣିଷ ତା’ ଜୀବନକାଳ ସମୟରେ କେବେ ନା କେବେ ବାର୍ଦ୍ଧକ୍ୟଜନିତ, ଦୁର୍ଘଟଣାଜନିତ ବା ବ୍ୟାଧିଜନିତ ଅକ୍ଷମତାର ସମ୍ମୁଖୀନ ହୋଇଥାନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ହୁଏତ ସମ୍ପୂର୍ଣ୍ଣଭାବେ ନିର୍ମୂଳ କରିପାରିବା ନାହିଁ, କିନ୍ତୁ ସମାଜରେ ବିଭିନ୍ନ ସ୍ତରରେ ଥିବା ପ୍ରତିବନ୍ଧକୁ ହଟେଇ ଆମେ ଅକ୍ଷମତାକୁ ଦୂରେଇ ପାରିବ। ଆମେ ସମସ୍ତେ ଏମିତି ଏକ ଭବିଷ୍ୟତର ଆଶାକରିବା, ଯେଉଁଥିରେ କୌଣସି ପ୍ରତିବନ୍ଧ ନଥିବ, ଯେଉଁଠି ବ୍ୟକ୍ତିମାନେ ଅନାୟାସରେ ସବୁ ସ୍ଥାନକୁ ନିର୍ବିଘ୍ନରେ ଯିବା ଆସିବା କରିପାରିବେ, ଭେଦଭାବର ଡର ନଥାଇ ନିଯୁକ୍ତି ପାଇପାରିବେ ଏବଂ ପିଲାମାନେ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ବିଦ୍ୟାଳୟରେ ପଢ଼ିପାରିବେ ଏବଂ ନିଜର ପ୍ରତିଭାର ପ୍ରତିପାଦନ କରିପାରିବେ। ଏହା ସୁନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ, ଯାହାକି ସମ୍ବିଧାନ ପ୍ରଦତ୍ତ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories