www.samajalive.in
Monday, December 15, 2025
17.1 C
Bhubaneswar

ଉତ୍ତରପ୍ରଦେଶରେ ସବୁଠୁ ଅଧିକ ଅପରିଷ୍କାର ରେଳ ଷ୍ଟେସନ

ନୂଆଦିଲ୍ଲୀ : ରେଳ ମନ୍ତ୍ରାଳୟ ଗୁରୁବାର ଦେଶର ସବୁଠୁ ଅପରିଷ୍କାର ରେଳ ଷ୍ଟେସନର ତାଲିକା ଜାରି କରିଛି। ଏହି ତାଲିକାରେ ସବୁଠୁ ଅଧିକ ଅପରିଷ୍କାର ରେଳ ଷ୍ଟେସନ ଉତ୍ତରପ୍ରଦେଶରେ ରହିଥିବାବେଳେ ଦ୍ୱିତୀୟସ୍ଥାନରେ ମହାରାଷ୍ଟ୍ର ରହିଛି। ଉତ୍ତରପ୍ରଦେଶର ମଞ୍ଜେଷ୍ଟର କୁହାଯାଉଥିବା ଏବଂ ଶିଳ୍ପ ନଗରୀ ଭାବେ ପ୍ରସିଦ୍ଧ କାନପୁର ସେଣ୍ଟ୍ରାଲ ସବୁଠୁ ଅପରିଷ୍କାର ରେଳ ଷ୍ଟେସନ ଭାବେ ଏକ ନମ୍ବର ସ୍ଥାନରେ ରହିଛି। ଏହି ରେଳ ଷ୍ଟେସନର କେବଳ ୩୯% ଅଂଶ ପରିଷ୍କାର ଓ ୬୧% ଅଂଶ ଅପରିଷ୍କାର ରହିଛି। ଉଲ୍ଲେଖ ଯେ ଏହା ଏକ ରେଳ ଜଂକସନ ଷ୍ଟେସନ୍‍ ଅଟେ, ଏଠାରୁ ଲକ୍ଷ୍ନୌ, ଆହ୍ଲାବାଦ, ଦିଲ୍ଲୀ, ଝାନ୍ସୀ ଏବଂ ପରୁଖାବାଦକୁ ରେଳ ଚଳାଚଳ କରିଥାଏ। ଅପରିଷ୍କାର ରେଳ ଷ୍ଟେସନ ତାଲିକାର ଚତୁର୍ଥ ସ୍ଥାନରେ ଉତ୍ତରପ୍ରଦେଶର ବାରାଣାସୀ, ଷଷ୍ଠ ସ୍ଥାନରେ ଆହ୍ଲାବାଦ ଏବଂ ନବମ ସ୍ଥାନରେ ଲକ୍ଷ୍ନୌ ରେଳ ଷ୍ଟେସନ ରହିଛନ୍ତି। ଶୀର୍ଷ ୧୦ ଅପରିଷ୍କାର ରେଳ ଷ୍ଟେସନ ମଧ୍ୟରେ ଉତ୍ତରପ୍ରଦେଶର ୪ଟି ରେଳ ଷ୍ଟେସନ୍‍ ଅଛନ୍ତି। ବିହାର ରାଜଧାନୀ ପାଟନା ଜଂକସନ ରେଳ ଷ୍ଟେସନ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ୬୦% ଯାତ୍ରୀ ପରିଷ୍କାର-ପରିଚ୍ଛନତା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ କ୍ଷୋଭ ପ୍ରକାଶ କରିଛନ୍ତି। ଏହାପରେ ମୁମ୍ବଇର କଲ୍ୟାଣ, ଲୋକମାନ୍ୟ ତିଳକ ଏବଂ ଥାଣେ ତିନି ରେଳ ଷ୍ଟେସନ କ୍ରମାନ୍ୱୟରେ ଅପରିଷ୍କାର ତାଲିକାରେ ଅଛନ୍ତି। ଥାଣେ ହେଉଛି ଭାରତର ସବୁଠୁ ପୁରୁଣା ଏବଂ ପ୍ରଥମ ରେଳ ଷ୍ଟେସନ। ୧୮୫୩ରେ ଭାରତର ପ୍ରଥମ ରେଳ ମୁମ୍ବଇରୁ ଥାଣେକୁ ଯାତ୍ରା କରିଥିଲା। ଏହି ତାଲିକାର ସପ୍ତମ ସ୍ଥାନରେ ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ୍‍ ଏବଂ ଦଶମ ସ୍ଥାନରେ ଚଣ୍ଡିଗଧ ରେଳ ଷ୍ଟେସନ ରହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories